ବେଟି ବଚାଓ ବେଟି ପଢ଼ାଓ’ ଯୋଜନା ନେଇ ରାଜ୍ୟସ୍ତରୀୟ କର୍ମଶାଳା
କୋଣାର୍କ, ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପୁରୀ ଜିଲ୍ଲା ପ୍ରଶାସନ ଆୟୋଜନରେ କୋଣାର୍କ ଯାତ୍ରୀନିବାସ ପରିସରରେ ବେଟି ବଚାଓ ବେଟି ପଢ଼ାଓ’ ଯୋଜନା ନେଇ ରାଜ୍ୟସ୍ତରୀୟ କର୍ମଶାଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଗର୍ଭାବସ୍ଥାରେ କନ୍ୟା ଲିଙ୍ଗ ନିରୂପଣ ଓ ଭୃଣ ହତ୍ୟା ରୋକିବା ନେଇ ପ୍ରଣୟନ ହୋଇଥିବା ପିସିପିଏନଡିଟି ଆଇନ ଉପରେ କର୍ମଶାଳାରେ ଆଲୋଚନା କରାଯାଇ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା କର୍ମୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ପୁରୀ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତନୁପ୍ରଭା ବେଉରାଙ୍କ ସଭାପତିତ୍ବରେ ଆୟୋଜିତ ଏହି କର୍ମଶାଳାରେ ମୂଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ବିଭାଗ ଅତିରିକ୍ତ ସଚିବ ଜ୍ୟୋତି ରଞ୍ଜନ ନାୟକ, କାକଟପୁର ଥାନା ଅଧିକାରୀ ଉମେଶ ସାହୁ, ଗୋପ ମେଡ଼ିକାଲ ଅଫିସର ଜସ୍ମିନ ଆଫ୍ରୋଚ, ତହସିଲଦାର ଅନିଲ କୁମାର ମହାନ୍ତି, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ଆଇନ ପରାମର୍ଶଦାତା ସନ୍ତୋଷ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଗର୍ଭ ଧାରଣ ଅବସ୍ଥାରେ ଲିଙ୍ଗ ନିରୂପଣ ଓ କନ୍ୟା ଭ୍ରୂଣ ହତ୍ୟା ଉପରେ ବ୍ୟାପକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୫୦୦ ରୁ ଉର୍ଦ୍ଧ୍ବ କର୍ମୀ ମାନେ ଯୋଗଦେଇଥିଲେ।
କୋଣାର୍କରୁ ଜ୍ଞାନ ରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ୍
