ଗୋବିନ୍ଦ ଗୋଧାମ ଗୋଶାଳାରେ ଗୋଷ୍ଠାଷ୍ଟମୀ ପାଳିତ

ପୁରୀ ,୧୧/୧୧- ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ବ୍ରହ୍ମଗିରି ବ୍ଲକ ଗୋରୁଆଳ ପଞ୍ଚାୟତ ଆଳିପଡ଼ା ସ୍ଥିତ ଗୋବିନ୍ଦ ଗୋଧାମ ଗୋଶାଳା ପରିସରରେ ଗୋଷ୍ଠାଷ୍ଟମୀ ପାଳିତ ହୋଇଯାଇଛି ।ଟ୍ରଷ୍ଟର ପ୍ରତିଷ୍ଠାତା ଓ ସମ୍ପାଦକ ପଣ୍ଡିତ ବିଷ୍ଣୁଚରଣ ପଣ୍ଡାଜୀ ମହାରାଜଙ୍କ ନେତୃତ୍ୱରେ ବୈଦିକ ବ୍ରାହ୍ମଣ ମାନେ ବେଦ ପାଠ କରି ପ୍ରତିବର୍ଷ ପରି ଗୋଷ୍ଠାଷ୍ଟମୀ ପରମ୍ପରା ଅନୁସାରେ ଅନୁଷ୍ଠିତ ହୋଇଥିଲା ।ଏଠାରେ ଗୋମାତାଙ୍କ ପୂଜନ ସହିତ ସମସ୍ତ ଗୋମାତାଙ୍କୁ ଉପସ୍ଥିତ ପଣ୍ଡିତ ମନେ ଚାରା ଖୁଆଇବା ସହିତ ଚରାଇବାକୁ ନେଇଥିଲେ ।ଏହି ସମୟରେ କୃଷ୍ଣଚନ୍ଦ୍ର ଦାସଜୀ ମହାରାଜ,କାର୍ତ୍ତିକ ପଣ୍ଡା, ପଣ୍ଡିତ ବ୍ରିଜମୋହନ ଦାସ,ପଣ୍ଡିତ ସୌମ୍ୟରଞ୍ଜନ ଆଚାର୍ଯ୍ୟ, ମନୋଜ କୁମାର ପଣ୍ଡା, ପୁରୁଷୋତ୍ତମ ପଣ୍ଡା, ଘନେଶ୍ୱର ମହାରାଜ, କବି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *