ଷଷ୍ଠ ଆରମ୍ଭ ମହୋତ୍ସବ
ଆଜି ତା ୨୭.୦୩.୨୦୨୫ ରିଖ ଗୁରୁବାର ଦିନ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ଷଷ୍ଠ ଆରମ୍ଭ ମହୋତ୍ସବ ମହା ସମହୋର ରେ ଉଦ୍ଘାଟନ ହୋଇଯାଇଛି।ଏହି ଉତ୍ସବ ରେ ଧର୍ମଶାଳା ବିଧାୟକ ଶ୍ରୀ ଯୁକ୍ତ ହିମାଂଶୁ ଶେଖର ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ସକାଳ ନ୍ୟୁଜ ପେପର ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଅମିତ୍ କୁମାର ମଲ୍ଲିକ, ଖୁଣ୍ଟିଆ,ନିଶାନ୍ତ ସାହୁ, ଅନିରୁଧ ରାଉତ୍,ସୁଚିଶ୍ମିତା ପୂର୍ଷ୍ଟୀ ସମାମନ ଅଥିତି ରୂପେ ଯୋଗ ଦେଇଥିଲେ। ଗତ ୨୬ ତାରିଖରେ ହେଇଥିବା ଜାତୀୟ ସ୍ତରୀୟ ପ୍ରତିଯୋଗୀତା ର ପ୍ରତିଯୋଗୀ ମାନକୁଁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରରଣ କରାଯାଇଥିଲା। ଆରମ୍ଭ ସଂସ୍କୃତି ସମ୍ମାନ ରେ ସୁଭାଷ ମିଶ୍ର,ଆରମ୍ଭ ସମାଜସେବୀ ସମ୍ମାନ ଚିନ୍ମୟୀ ଦେଓ, ଆରମ୍ଭ ଯୁଭ ପ୍ରତିଭା ସମ୍ମାନ ରୂପେ ସନ୍ତୋଷ ବିନ୍ଧାଣି, ଜ୍ଞାନ ମହାନ୍ତି ସମ୍ମାନିତ ହୋଇଥିଲେ। ଶିଳ୍ପୀ କଳନିକଟନ କଟକ,ଲିଙ୍ଗରାଜ ନୃତ୍ୟ ଲୟ, ନୀଳାଦ୍ରି ୟୁଥ୍ କଲ୍ଚରାଲ ଏକାଡେମୀ ଦ୍ୱାରା ସମ୍ବଲପୁରୀ,ଓଡ଼ିଶୀ ନୁତ୍ୟ ପରିବେଷଣ କରାଯାଇଥିଲା ଏବଂ ଶେଷରେ ଆରମ୍ଭ ପରିବାର ଓ L shine ର କଳାକାର ମାନ କ ଦ୍ଵାରା ନାଟକ “ଉପହାର”ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ଖୁଣ୍ଟିଆ, ସଭାପତି ଶ୍ରୀ ପ୍ରଦୀପ ମିଶ୍ର, ଉପସଭାପତି ସମୀର ସତପଥୀ,ସମ୍ପାଦକ ଦେବାଶିଷ ସିଂ, ସୌମ୍ୟ ରଂଜନ ମିଶ୍ର,ସୁଜିତ୍ କୁମାର ରାଉତରାୟ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶ୍ରୀଯୁକ୍ତ ଆଶୁତୋଷ ପଟ୍ଟନାୟକ,ରାକେଶ କୁମାର ଜେନା, ଗଣେଶ୍ୱର ଦାସ, ପ୍ରଣୟ ରଣସିଂହ,ପ୍ରଭୁପାଦ ମହାପାତ୍ର,ରବୀନ୍ଦ୍ର ଆଚାର୍ଯ୍ୟ,ଜ୍ୟୋତି ରଞ୍ଜନ ଲେଙ୍କା ଓ ଅନ୍ୟ ସଦ୍ୟସ୍ୟ ମାନେ ଉପସ୍ଥିତ ରହିଥିଲେ।
