ଗୋପ ଗୋପାଳଜୀଉ ସାଗରସ୍ନାନ ମେଲଣ
କାହିଁ କେଉଁ କାଳରୁ ପରମ୍ପରା ଓ ସଂସ୍କୃତିକୁ ବଞାଇବା ଲାଗି ଗୋପ କୁଶଭଦ୍ରା ନଦୀ ତଟରେ ସାଗରସ୍ନାନ ମେଲଣ ଅନୁଷ୍ଠିତ ହୋଇ ଆସୁଛି। ଏହି ମେଲଣ ଏକ ଭାଇଚାରାର ବାର୍ତ୍ତା ବହନ କରି ଶହଶହ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଛି। ଗତ କାଲି ବିଳମ୍ବିତ ରାତିରୁ ପ୍ରାୟ ୧୫ ରୁ ଉର୍ଦ୍ଧ ଦୋଳ ବିମାନ ରେ ସୁସଜ୍ଜିତ ହୋଇ ଚଳନ୍ତି ପ୍ରତିମା ମାନେ ଆସି ମେଳଣ ପଡିଆ ରେ ପହଞ୍ଚି ଥାନ୍ତି। ଏହି ମେଳଣ ୭ଦିନ ଧରି ଅନୁଷ୍ଠିତ ହୋଇଥାଏ।ବ୍ରିଟିସ ଶାସନ ସମୟରୁ ଏହି ମେଲଣ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ମେଲଣ ଦାୟିତ୍ଵ ଗୋପ ଥାନା ହାତରେ ରହିଥାଏ।ଶହଶହ ବର୍ଷ ଧରି ଗୋପ ଥାନା ଅଧିକାରୀ ଏହି ମେଲଣର ଥାନପତି ଭାବରେ ରହି ଆସୁଥିବା ବେଳେ ପ୍ରଭୃ ଗୋପାଳ ଜୀଉ ଙ୍କୁ ନିମନ୍ତ୍ରଣ କରି ମେଲଣ ପଡିଆକୁ ବାଜବାଣ ରୋଷଣୀ ମାଧ୍ୟମରେ ଆଣିଥାନ୍ତି। ପରେ ଅପେକ୍ଷାରତ ସୁସଜ୍ଜିତ ବିମାନରେ ଠାକୁରମାନେ ନିଜ ନିଜର ଆସ୍ଥାନ ଉପରେ ବିଜେ କରିଥାନ୍ତି। କୁହାଯାଏ ବ୍ରିଟିଶ ଶାସନ ସମୟରେ ପୁରାତନ ଗୋପ ଥାନା ରେ ମୁସଲିମ ସମ୍ପ୍ରଦାୟ ଦାରୁଗା ବାବୁ ଙ୍କୁ ଥାନା ହାଜତରେ ବନ୍ଦୀ ଭାବରେ ରହିଥିବା ପ୍ରଭୃ ଗୋପାଳ ଜୀଉ ସ୍ବପ୍ନାଦେଶ କରିବା ପରେ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ର ଲୋକ ମାନଙ୍କୁ ନେଇ ଏହି ମେଲଣ ଅନୁଷ୍ଠିତ ହୋଇଥିବା ସମୟରେ ପ୍ରଭୃ ଗୋପାଳ ଜୀଉ ଙ୍କ ସ୍ବପ୍ନାଦେଶ କ୍ରମେ ଆତସବାଜି ଅନୁଷ୍ଠିତ ହୋଇଥିଲା। ଏହି ମେଲଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସଂସ୍କୃତି ପରମ୍ପରା ବଞିବା ସହିତ ଭାଇଚାରାର ସୁଷ୍ଟି କରିବା
