ଗାନ୍ଧୀ ସ୍ମୃତି ଭବନଠାରେ ଆନ୍ତର୍ଜାତିକ ସମବାୟ ବର୍ଷ ପାଳନର ଶୁଭାରମ୍ଭ
। କନ୍ଧମାଳ ତା ୨୮/୦୩/୨୦୨୫ ସରକାରଙ୍କ ଉପନିବନ୍ଧଂକ ସମବାୟ ସମିତି ସମୂହ ବିଭାଗ ତରଫରୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଡିସେମ୍ବର ମାସ ପର୍ଯ୍ୟନ୍ତ ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ହେବ। ଏହି ଅବସରରେ ବର୍ଷ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଜି ଜିଲ୍ଲା ସାରା ଅନୁଷ୍ଠିତ ହେବ।ଚଳିତ ବର୍ଷର ସ୍ଲୋଗନ ହେଲା ସମବାୟ କ୍ଷେତ୍ରରେ ନାରୀ ସଶକ୍ତିକରଣ।ସମବାୟ ହେଉଛି ସମାନ ଗୋଷ୍ଠୀ/ଶ୍ରେଣୀକୁ ନେଇ ଏକାଠି ଲକ୍ଷ୍ୟ ହାସଲ କରିବା ପାଇଁ ସମ୍ମିଳୀତ ଉଦ୍ୟମ।ନାରୀମାନଙ୍କ ଜରିଆରେ ସମବାୟ କ୍ଷେତ୍ରରେ ସଶକ୍ତିକରଣ କିଭଳି କରାଯିବ ତା ଉପରେ ଆଲୋଚନା କରା ଯାଇଥିଲା।ମହିଳା ମାନଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି।କୃଷି, ମତ୍ସ୍ୟ, ପ୍ରାଣିପାଳନ,ଉଦ୍ୟାନ, ଗୋପାଳନ,ଛତୁଚାଷ, ଇତ୍ୟାଦି ମାଧ୍ୟମରେ ଜନ ସାଧାରଣଙ୍କ ସାମଗ୍ରିକ ବିକାଶ ହୋଇପାରିବ।ଏହା ସହିତ ହୋଟେଲ, ସ୍କୁଲ କଲେଜ,ହସପିଟାଲ ଇତ୍ୟାଦି ନୂଆ କ୍ଷେତ୍ରରେ ସମବାୟ କୁ ସାମିଲ କରିବା ଆବଶ୍ୟକ।ଯୁବ ସମାଜକୁ ସମବାୟ କ୍ଷେତ୍ରରେ ଞାନ ପ୍ରଦାନ ସହ ଅଧିକ ସାମିଲ କରିବା ଆବଶ୍ୟକ।ସମବାୟବିତ ମାନଙ୍କୁ ଅଧିକ ସାମିଲ କରି ମହିଳା ଓ ଯୁବ ସମାଜକୁ ଅଧିକ ଆର୍ଥିକ ସ୍ୱାବଲମ୍ବି କରିବାକୁ ହେବ।କିନ୍ତୁ ଓଡିଶାରେ ଇଛାଶକ୍ତି ଅଭାବ ସାଙ୍ଗକୁ ପ୍ରଚାର ପ୍ରସାର ନାହିଁ କହିଲେ ଚଳେ।ସମାଜର ତଳସ୍ତରରେ ଥିବା ଅସହାୟ ଲୋକଟିର ଭାବନାକୁ ସମବାୟ ମାଧ୍ୟମରେ ସଫଳ କରିପାରିଲେ ଏହା ସଫଳ ହେବ। ଏହି ଅବସରରେ ଉପନିବନ୍ଧକ ସମବାୟ ସମିତି ସମୂହ ଶ୍ରୀ ତୃପ୍ତି କଲ୍ୟାଣ ସେଠୀଙ୍କ ପୌରୋହିତ୍ୟରେ ଏକ ସାଧାରଣ ସଭା ଗାନ୍ଧୀ ସଭାଗୃହରେ ଅନୂଷ୍ଠିତ ହୋଇଥିଲା।ବୌଦ୍ଧ ସମବାୟ ବ୍ୟାଙ୍କର ସଭାପତି ଅରୁଣ ପ୍ରଧାନ ମୁଖ୍ୟବକ୍ତା ଭାଵେ ଯୋଗଦେଇ ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଉପରେ ବକ୍ତବ୍ୟ ଦେଇଥିଲେ। କନ୍ଧମାଳ ସମବାୟ ସଂଘର ସଭାପତି ସୁପ୍ରଭା ନାୟକ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାରେ ସମବାୟ ଆନ୍ଦୋଳନକୁ ଅଧିକ ବ୍ୟାପକ କରିବା ସହ ଆବଶ୍ୟକ ସହଯୋଗ ପାଇଁ ସୂଚନା ଦେଇଥିଲେ। ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ଜିଲା ପ୍ରାଣୀ ଚିକିତ୍ସାଧିକାରୀ ଡ ସଞିବ ପଟେଲ, ମତ୍ସ୍ୟ ଅଧିକାରୀ ପ୍ରଫୁଲ କହଁର ,ଉପକୃଷି ନିର୍ଦୈଶକ ତୁଷାର କାନ୍ତି ତୁଙ୍ଗ, ସହକାରୀ ଉପନିବନ୍ଧକ, ଲଳିତ ମାଝି, ଜିତେନ୍ଦ୍ର ମିଶ୍ର,ବୌଦ୍ଧ ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟ ନିର୍ବାହୀ ସ୍ମିତାଶ୍ରୀ ସାହୁ,ଆର ଏମସି ,ଟିକାବାଲିର ସଞୟ ପ ଟ୍ଟନାୟକ ପ୍ରମୁଖ ଯୋଗଦେଇ ଏହି ଦିବସରେ ବିଭାଗୀୟ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଜି ଜିଲ୍ଲା ର ଅଗ୍ରଣୀ ମହିଳା ଯୁଗ୍ମ ଦେୟ ଗୋଷ୍ଠୀ ୧୩ଗୋଟିକୁ ବ୍ୟାଙ୍କ ରୁଣ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ କୁ ସହକାରୀ ପ୍ରବନ୍ଧକ ସୁକାନ୍ତ କୁମାର ପାଢୀ ସଂଯୋଜନା କରିଥିଲେ। ସମବାୟ ସମିତି ସମୂହ ର ଏସ ଆର ସି ଗଙ୍ଗାଧର କହଁର , ପରିଚାଳନା ନିର୍ଦ୍ଦେଶକ ଭୀମସେନ ସାହୁ ,ଜୀତେନ୍ଦ୍ର ମିଶ୍ର,ସତ୍ୟଜିତ ସେଠୀଙ୍କ ସହ ସମବାୟ ସଂଘର ସଚିବ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଏହି ଅବସରରେ ବରିଷ୍ଠ ନାଗରିକ, ଓ ମହିଳା ଚାଷୀ,ସମସ୍ତ ଲ୍ୟାମ୍ପସର ପରିଚାଳକ,ସଭାପତି ଓ ଅଗ୍ରଣୀ ଚାଷୀ ଯୋଗ ଦେଇଥିଲେ।ସମବାୟ ସଶକ୍ତ ହେଲେ ସୁଦୃଢ ସମାଜ ଓ ସମୃଦ୍ଧ ଜୀବନ ସମ୍ଭବ ହୋଇପାରିବ।
