ଦୀପଟିଏ
ଦୀପଟିଏ
ଗୋଲୋକବିହାରୀ ବେହେରା
ଅନ୍ତର ଅବ୍ୟକ୍ତ ବେଦନାକୁ ବ୍ୟକ୍ତ
କରିବାକୁ ଇଚ୍ଛା କଲି,
ପ୍ରିୟତମାକୁ ମୁଁ ଏତେ ବର୍ଷ ପରେ
ପ୍ରୀତି ସମ୍ଭାଷଣ ଦେଲି।
ତିଳ ତିଳ ଜଳି ଆଲୋକ ଯେ’ ଢାଳି
ଖୁସି ବାଣ୍ଟି ଦେଇଗଲ ,
ଥରେ ମନଖୋଲି କିଛି ମାଗି ନାହଁ
ସୁଖେ ଦୁଃଖେ ସାଥୀ ହେଲ।
ଯେ’ ରୂପରେ ଖୋଜେ ସେ ରୂପରେ ପାଏ
ଆଗୋ ପ୍ରିୟତମା ମୋର,
ତୁମରି ଆଲୋକେ ଦୂର ହୋଇଯାଏ
ମୋ’ ଜୀବନ ଅନ୍ଧକାର।
ଭାବ ଅଭାବର ତୁଳନା ନ କରି
ଦୁଃଖ କରିଦିଅ ନାଶ,
ଫୁଲ ପରି ଲାଗେ କଣ୍ଟକିତ ପଥ
ଦେଖି ତୁମ ମୁଖେ ହସ।
ଚଉରା ମୂଳରେ ଦୀପ ଯେବେ ଜଳେ
ମୋତେ ଲାଗେ ତୁମେ ସିଏ,
ପବନର ଝୁଙ୍କେ ଫର ଫର ହୁଏ
ତଥାପି ବି ଜଳୁଥାଏ ।
ଷଡ଼ଙ୍ଗୀ , ଢେଙ୍କାନାଳ
