ସଦର ମୁଖ୍ୟ ଚିକିତ୍ସାଳୟକୁ ହୁଇଲ୍ ଚ୍ୟାୟର ଦାନ

ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଙ୍କ ପାଇ ଉଦ୍ଦିଷ୍ଟ ହୁଇଲ ଚ୍ୟାୟାର ର ଅଭାବ ଦେଖାଯାଇଥିଲା। ଯାହା କୁ ହୃଦୟଙ୍ଗମ କରି ସଦର ମୁଖ୍ୟ ଚିକିତ୍ସାଳୟ ର ଡାକ୍ତର ତଥା ସ୍ବାସ୍ଥ୍ୟ ବିଭାଗ ର ଯୁଗ୍ମ ନିର୍ଦ୍ଦେଶକ ଡ଼ା. ଶୁଭେନ୍ଦୁ କୁମାର ମହାନ୍ତି ଓ ପତ୍ନୀ ସଂଘମିତ୍ରା ମହାନ୍ତି ଉଭୟ ତାଙ୍କ୍ ଜେଜେ ବାପା, ଜେଜେ ମାଆ, ବାପା, ଶଶୁର, ଶାଶୁ, ଶଳା ଙ୍କ ସ୍ମୃତି ରେ ଛଅ ଟି ହୁଇଲ୍ ଚ୍ୟାୟର ସଦର ମୁଖ୍ୟ ଚିକିତ୍ସାଳୟକୁ ଦାନ କରିଛନ୍ତି। ଏହି ଅବସର ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଣୀ ଡା. ସୁଜାତା ମିଶ୍ର ଫିତା କାଟି ରୋଗୀ ଙ୍କ ପାଇ ଉଶ୍ଚର୍ଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଣବ ଶଙ୍କର ଦାଶ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଆର୍ଟ ଅଫ ଲିଭିଙ୍ଗ ଓ ସମର୍ପଣ ଚାରିଟେବୁଲ ଟ୍ରଷ୍ଟ ର ବ୍ରଜ କିଶୋର ସାହୁ, ଅରୁଣ ମହାନ୍ତି, ନମିତା ପଟ୍ଟନାୟକ, ଅଶୋକ ଚୌଧୁରୀ, ସତ୍ୟନାରାୟଣ ସାହୁ, ଅଜୟ ପ୍ରଧାନ, ଦେବେନ୍ଦ୍ର ସୁବୁଦ୍ଧି ଓ ଦେବରାଜ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *