ଆତ୍ମା କହେ ମନକୁ……
ଆତ୍ମା କହେ ମନକୁ……
🖊️କବିରତ୍ନ ନୂତନ କୁମାର ବେହେରା
ଆତ୍ମା କହେ ମନକୁ……
” ରେ ମନ ହେଉ କିଆଁ ଅଜ୍ଞାନ
ତୋ ପାଇଁ କେତେ କଷ୍ଟ ପାଏ ଜୀବନ
ତୋ ନିଜ ଭିତରର ଶବ୍ଦ ଶୁଣ
ପ୍ରକୃତ ସତ୍ୟ କ’ଣ କର ତୁ ଅନୁସନ୍ଧାନ
ମିଛ ମାୟାରେ ହେଉ ମ୍ରିୟମାଣ
ନିଜେ ନିଜ ପାଇଁ ରହି ଅବଚେତନ
ହେଉଛୁ ଦୁଃଖର କାରଣ
ରେ ମନ ତୁ ଆତ୍ମାର ଆସ୍ତରଣ
ରହିଛୁ ଦେବାକୁ ସତ୍ୟର ପ୍ରମାଣ
ପରମାତ୍ମାଙ୍କ ପ୍ରକାଶେ ମୁଁ ଜାଜ୍ଜ୍ୱଲ୍ୟମାନ
ସୂକ୍ଷ୍ମ ଆତ୍ମା ରୂପରେ ପାଇ ସ୍ଥାନ
ଶରୀରରେ ହୋଇଛି ବିରାଜମାନ
ଆରେ ମନ କର ମୋତେ ଅନୁସରଣ
ତୋର ପ୍ରଭାବରେ ଚାଲେ ଜୀବନ
ଶରୀର ଘଟରେ ତୁ ରାଜନ
ଦେବାକୁ ଜ୍ଞାନ ମସ୍ତିଷ୍କର ସିଂହାସନ
ତୁ କରିଛୁ ଆରୋହଣ
ଇନ୍ଦ୍ରିୟମାନଙ୍କୁ କରୁ ଲାଳନପାଳନ
ବୁଦ୍ଧି ବିଦ୍ୟା ଦେଉ ପ୍ରତିକ୍ଷଣ
ରଖୁ କାହିଁକି ଅହଂର ଗର୍ବ ଅଭିମାନ
ନାନା ସମସ୍ୟା ହୁଏ ପ୍ରତିଦିନ
କରି ପାରୁନୁ ସମାଧାନ
ରେ ମନ ରହୁ ବ୍ୟସ୍ତ ହେଉ ଉଦ୍ବିଗ୍ନ
ତୁ ନିଜେ ଭୋଗୀ କଷଣ
ଶରୀରକୁ କରୁଛୁ ଦୁର୍ବଳ ରୁଗୁଣ
ଭାବୁନୁ ଭଲ କ’ଣ ମନ୍ଦ କ’ଣ
ଲୋଭ ମୋହର ହୋଇ ତୁ ଅଧୀନ
ଖାଲି ପାପ କରୁଛୁ ଅର୍ଜନ
ପୁଣ୍ୟଫଳ ପାଇଁଁ ରଖୁନୁ ଧ୍ୟାନ
କରୁନୁ ଏକ ଲକ୍ଷ୍ୟ ରଖି ସାଧନ
ମାୟାର ପଥେ ନେଇ ଯୋଗାଉ ଇନ୍ଧନ
କରୁଛୁ ତୁ ଆତ୍ମାର ଅପମାନ
ମୁଁ ଆତ୍ମା ଅବ୍ୟୟ ଅକ୍ଷୟ ଚିରନ୍ତନ
ରହେ ଅଜର ଅମର ଅମ୍ଳାନ
ରେ ମନ ଶରୀରରେ ପାଇଛୁ ସ୍ଥାନ
ସତ୍ୟ ଧର୍ମ ନ୍ୟାୟ କରି ପାଳନ
ସଂସାରରେ ସୁଖ ଶାନ୍ତିର ରଖିବୁ ମାନ
ବିପରୀତ କରି ହେଉ ହଇରାଣ
ସାତ୍ତ୍ୱିକ ସନ୍ତୋଷ ପାଉଛୁ କି’ରେ ମନ
ମୁଁ ଆତ୍ମା ମୋ କଥା ବାରେ ଶୁଣ
ପିଣ୍ଡରେ ରହିଛି ହୋଇ ପ୍ରାଣ
ଚାଲିଗଲେ ପରମାତ୍ମାରେ ହେବି ଲୀନ
ଶରୀରଟା ଶବ ହୋଇ ଯିବ ଶ୍ମଶାନ
ରେ ମନ ତୁ ଥିବାଯାଏଁ କର ମନନ
କିପରି ଶାନ୍ତି ପାଇବ ଜୀବନ…”?
କୋହି,ବାରିପଦା,ମୟୂରଭଞ୍ଜ,
