ବିରଳ ଅଲିଭ ରିଡ଼ଲେ କଇଁଛ ଓ ଡ଼ଲଫିନ ସୁରକ୍ଷା ସଚେତନତା

କୋଣାର୍କ,୨୯/୦୩ ( )- ପୁରୀ ଜିଲ୍ଲା ବନ ବିଭାଗ ପକ୍ଷରୁ କୋଣାର୍କ ଚନ୍ଦ୍ରଭାଗା ନୋଳିଆ ସାହିଠାରେ ତେଲୁଗୁ ସମ୍ପ୍ରଦାୟର ମତ୍ସ୍ୟଜୀବୀ ମାନଙ୍କୁ ନେଇ ବିରଳ ପ୍ରଜାତିର ଅଲିଭ ରିଡଲେ କଇଁଛ ଓ ସ୍ତନ୍ୟପାୟୀ ଜଳଜୀବ ଡଲଫିନ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବନଖଣ୍ଡ ଅଧିକାରୀ ବିବେକ କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଏସିଏଫ୍ଓ ସମ୍ବିତ ପଣ୍ଡା, ଅଶୋକ ବେହେରା, ଅସ୍ତରଙ୍ଗ ଅତିରିକ୍ତ ମତ୍ସ୍ୟ ଅଧିକାରୀ ସତ୍ୟବ୍ରତ ଦାସ, ମେରାଇନ ଇକୋଲୋଜିଷ୍ଟ ସ୍ୱାଗତିକା ମହାନ୍ତି, ପରିବେଶବିତ୍ ତଥା ଜଙ୍ଗଲୋର୍ ଫାଉଣ୍ଡେସନ ଅଧକ୍ଷ ଆକାଶ ରଥ ପ୍ରମୁଖ ଯୋଗ ଦେଇ ବିରଳ ପ୍ରଜାତିର ଅଲିଭ ରିଡ଼ଲେ କଇଁଛ ଓ ସ୍ତନ୍ୟପାୟୀ ଜଳଜୀବ ଡଲଫିନ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ସମୁଦ୍ରରେ ମତ୍ସ୍ୟଜୀବି ଭାବେ କାର୍ଯ୍ୟ କରୁଥିବା ଲୋକ ମାନଙ୍କୁ ଜଳ ଜୀବର ଆବଶ୍ୟକତା ଓ ଉପକାରିତା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସେମାନଙ୍କ ଯୋଗୁ ସମୁଦ୍ରରେ ଇକୋ ସିଷ୍ଟମ ଠିକ ରହିବା ସହିତ ପର୍ଯ୍ୟଟନର ବିକାଶ ହୋଇଥାଏ। ତେଣୁ ସେମାନଙ୍କୁ ସୁରକ୍ଷା ଦେବା ପ୍ରତି ନାଗରିକଙ୍କ କର୍ତ୍ତବ୍ୟ ବୋଲି ପ୍ରଶିକ୍ଷକ ମାନେ ସୁଚନା ଦେଇଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ୨୦୦ରୁ ଉର୍ଦ୍ଧ୍ବ ମତ୍ସ୍ୟଜୀବୀ ମାନେ ଯୋଗ ଦେଇଥିଲେ। ସଚେତନା ପାଇଁ ସମସ୍ତଙ୍କୁ ସଚେତନା ଧର୍ମି ସାର୍ଟ ଓ ଟୋପି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ କୋଣାର୍କ ରେଞ୍ଜ ଅଧିକାରୀ ସୁଦର୍ଶନ ଦେହୁରୀ, ଫରେଷ୍ଟର ତପନ ନାୟକ, ସବିର କୁମାର ସାହୁ, ଯୋଗେନ୍ଦ୍ର ପ୍ରଧାନଙ୍କ ସହ ସମସ୍ତ ବନ ବିଭାଗ କର୍ମଚାରୀ ମାନେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *