କୁଇ ସମାଜ ଯୁବ ପରିଷଦ କନ୍ଧମାଳ ତରଫରୁ ରୁନି ହତ୍ୟା କାରୀ ଓ ବିଭିନ୍ନ ମାମଲା ନେଇରାଜ୍ୟପାଳ ଉଦ୍ଧେଶ୍ୟରେ ୭ ଦଫା ଦାବି ପତ୍ର

କୁଇ ସମାଜ ଯୁବ ପରିଷଦ କନ୍ଧମାଳ ତରଫରୁ ରୁନି ହତ୍ୟା କାରୀ ଓ ବିଭିନ୍ନ ମାମଲା ନେଇରାଜ୍ୟପାଳ ଉଦ୍ଧେଶ୍ୟରେ ୭ ଦଫା ଦାବି ପତ୍ର ।ଫୁଲବାଣୀ ୨୯/୦୩ /୨୦୨୫ କନ୍ଧମାଳ ଜିଲ୍ଲା ଓ ରାଜ୍ୟର ବିଭନ୍ନ ଅଞ୍ଚଳରେ ଛାତ୍ରୀ ମାନଙ୍କୁ ଅପହରଣ ପରେ ଗଣ ଦୁଷ୍କର୍ମ କରି ନିର୍ମମ ଭାବେ ହତ୍ୟା କରାଯାଉଥିବା ବେଳେ ପୀଡିତା ମାନଙ୍କୁ ନ୍ୟାୟ ମିଳୁନାହିଁ ଏବଂ ଅଭିଯୁକ୍ତ ମାନଙ୍କୁ ଦଣ୍ଡାଦେଶ ହେବାରେ ବିଳମ୍ୱ କରୁଛି ପ୍ରଶାସନ । ଯାହା ଫଳରେ ପୀଡିତା ପ୍ରକୃତ ନ୍ୟାୟ ପାଇପାରୁ ନାହାନ୍ତି ଏହାର ପ୍ରତିବାଦରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ଠାରେ କୁଇ ସମାଜ ଯୁବ ପରିଷଦ କନ୍ଧମାଳ ତରଫରୁ ଏହାର ପ୍ରତିବାଦରେ ଫୁଲବାଣୀ ମାଦିକୁନ୍ଦା ଛକ ଠାରୁ କଲେକ୍ଟର ଅଫିସ ପର୍ଯ୍ୟନ୍ତ ବିଶାଳ ରାଲି କରି ନାରୀ ମାନଙ୍କର ସୁରକ୍ଷା ପାଇଁ ମହାମହିମ ରାଜ୍ୟପାଳ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ ୭ ଦଫା ଦାବି ପତ୍ର ଦିଆଯାଇଥିଲା । ଦାବି ପତ୍ର ଗୁଡ଼ିକରେ ଥିଲା ପ୍ରଥମ ଟିକାବାଲି ମୃତ ରିନୁ ମହାପାତ୍ର କଲେଜ ଛାତ୍ରୀକୁ ତୁରନ୍ତ ନ୍ୟାୟ ଦେବା ସହିତ ଏକ ମାସ ମଧ୍ୟରେ ବିଚାର କରି ଦୋଷୀକୁ ମୃତ୍ୟୁ ଦଣ୍ଡ ପ୍ରଦାନ କରାଯାଉ । ଦିତୀୟରେ ଦଡକି ନିକଟସ୍ଥ କପାପଦର ଗ୍ରାମରେ ଘଟିଥିବା ହତ୍ୟାକାଣ୍ଡରେ ଏକରୁ ଅଧିକ ଲୋକ ସମ୍ପୃକ୍ତି ଥିବା ଅନୁମାନ କରାଯାଏ । ଏହାର ସଠିକ ତଦନ୍ତ କରି ଦୋଷୀ ମାନଙ୍କୁ ଦଣ୍ଡାଦେଶ କରାଯାଉ । ତୃତୀୟରେ ଲାଇନ୍ ପଡା କଲେଜରେ ଜଣେ ଆଦିବାସୀ ଛାତ୍ରୀକୁ ଅସଦାଚରଣ ସହ ମାରଣାନ୍ତକ ଆକ୍ରମଣ ଯାଇଛି ଏହି ଦୁବୃର୍ତ୍ତ କୁ ଗିରଫ କରି ଏକ ମାସ ମଧ୍ୟରେ ବିଚାର କରି କଠୋରରୁ କଠୋର ଦଣ୍ଡ ବିଧାନ ହେଉ । ଚତୁର୍ଥରେ ମାଲକାନଗିରି ମୃତ ସପ୍ତମ ଶ୍ରେଣୀ ଛାତ୍ରୀଦ୍ୱୟ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଏକ ମାସ ଭିତରେ ବିଚାର କରି ଦଣ୍ଡିତ କରାଯାଉ । ପଞ୍ଚମରେ ରାଜ୍ୟରେ ବୃଦ୍ଧି ପାଉଥିବା ଛାତ୍ରୀ ଓ ନାରୀ ନିର୍ଯାତନାକୁ ନିବାରଣ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ । ଏପରି ଘଟଣାର ତୁରନ୍ତ ବିଚାର କରି ଦୋଷୀ ମାନଙ୍କୁ କଠୋର ରୁ କଠୋରତମ ଦଣ୍ଡିତ କରାଯାଉ । ଷଷ୍ଠ ରେ କନ୍ଧମାଳ ଜିଲ୍ଲାରେ ଏକ ସ୍ୱତନ୍ତ୍ର ମହିଳା ଥାନା ପ୍ରତିଷ୍ଠା କରାଯାଉ । ସପ୍ତମ ରେ ଜିଲ୍ଲାର ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବା ସହ ସମ୍ବେଦନଶୀଳ ଘଟଣାର ଗୁରୁତ୍ୱ ଉପଲବ୍ଧ କରି ସମୟୋଚିତ ପଦକ୍ଷେପ ପାଇଁ ବ୍ୟବସ୍ଥା ସହ ଆବଶ୍ୟକ ପୋଲିସ ବଳର ବ୍ୟବସ୍ଥା ମଧ୍ୟ କରାଯାଉ ବୋଲି ରଖାଯାଇଥିଲା । ଏଥିରେ କନ୍ଧମାଳ ଜିଲ୍ଲାର କୁଇ ସମାଜ ଯୁବ ପରିଷଦ କନ୍ଧମାଳ ସମ୍ପାଦକ ଶ୍ରୀ ଅଚ୍ୟୁତ ଯାନୀ, ବିଚିତ୍ର ବୀର୍ଯ୍ୟ ପ୍ରଧାନ, କୁଇ କ୍ରିଡ଼ା ଯୁବ ପରିଷଦ ସଭାପତି ସୁଜିତ୍ କୁମାର ମଲ୍ଲିକ ଆୟୋଜନରେ କୁଇ ସମାଜ ସେବା ସମିତି ଫୁଲବାଣୀ ସମ୍ପାଦକ ଶ୍ରୀ ଅବନୀ କୁମାର କହଁର କୋଷାଧ୍ୟକ୍ଷ ଭାବିନ୍ଦ୍ର କହଁର, ଗୋଲକ ବିହାରୀ କହଁର, ତରଣିସେନ୍ ମଲ୍ଲିକ ନିଖିଳ ଉତ୍କଳ କୁଇ ସମାଜ ୟୁନିଅନ ଜି ଉଦୟଗିରି,କୁଇକୁଳ ସମିତି ବାଲିଗୁଡା,ପାଣ ସମାଜ କନ୍ଧମାଳ,ଶୁଣ୍ଢି ସମାଜ କନ୍ଧମାଳ , ସ୍ୱେଚ୍ଛାସେବୀ ସଙ୍ଗଠନ ମଧ୍ୟରେ ମିତ୍ର ଫାଉଣ୍ଡେସନ, ମାଁ ସୁରା ଦେଇ ସେବା ସଂଘ ସଦସ୍ୟ ଖଜୁରୀପଡା, ମାଁ ସୁରାଦେଇ ଫ୍ରେଣ୍ଡସ କ୍ଲବ ସଦଶ୍ୟ ଏବଂ ଟିକାବାଲି ସରପଞ୍ଚ ସଂଘ, ସମିତି ସଭ୍ୟ, ଛାତ୍ର, ଛାତ୍ରୀ ଏବଂ ମୃତକ ଯୁବତୀ ଙ୍କ ବାପା ମାଁ ସମେତ ଜିଲ୍ଲାର ଜନସାଧାରଣ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *