ସେଶହେଲା ଚଳିତ ବର୍ଷର କନ୍ଧମାଳ ପଲ୍ଲୀଶ୍ରୀ ମେଳାରେ ଉଦ୍ୟାନ ବିଭାଗକୁ ମିଳିଲା ପ୍ରଥମ ପୁରସ୍କାର
।ଫୁଲବାଣୀ:ନିପ୍ର:-୨୯/୦୩ କନ୍ଧମାଳ ଜିଲ୍ଲାର ଚଳିତ ୨୦୨୫ ବର୍ଷର ପଲ୍ଲୀଶ୍ରୀ ମେଳା ଶାନ୍ତି ଶୃଙ୍ଖଳାରେ ୨୭ ତାରିଖ ଗୁରୁବାର ଦିନ ସମାପ୍ତ ହୋଇ ଯାଇଛି। ଚଳିତ ବର୍ଷ ଏହି ପଲ୍ଲୀଶ୍ରୀ ମେଳାରେ ୧ କୋଟି ୩୧ ଲକ୍ଷ ୪୭ ହଜାର ଟଙ୍କାର ବ୍ୟବସାୟ ହୋଇଥିବା ଜଣାପଡିଛି। ଓରମାସ ପକ୍ଷରୁ ଓ ଜିଲ୍ଲା ପ୍ରଶାସନର ସହଯୋଗରେ ଆୟଜିତ ହୋଇଥିବା ଏହି ପଲ୍ଲୀଶ୍ରୀ ମେଳା ଚଳିତ ମାସ ୨୧ ତାରିଖ ଠାରୁ ଆରମ୍ଭ ହୋଇ ୨୭ ତାରିଖରେ ସମାପ୍ତ ହୋଇଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ଉତ୍ପାଦିତ ଅନୁଷ୍ଠାନ,ଉତ୍ପାଦିତ ସ୍ଵୟଂ ସହାୟକ ଗୋଷ୍ଠୀ ପ୍ରମୁଖ ଏଠାରେ ବିଭିନ୍ନ ଜିନିଷ ବ୍ୟବସାୟ କରିବା ପାଇଁ ଯୋଗଦେଇଥିଲେ। ଏହି ବ୍ୟବସାୟ ପାଇଁ ଓରମାସ୍ ପକ୍ଷରୁ ୨୦୫ ଗୋଟି ଉନ୍ନତ ମାନର ଷ୍ଟଲ୍ ଖୋଲା ଯାଇଥିଲା।ଏହା ପରେ ମଧ୍ୟ ଅନେକ ବ୍ୟବସାୟୀ ଷ୍ଟଲ୍ ନ ପାଇ ତଳେ ପାଲ ପକାଇ ବ୍ୟବସାୟୀ କରିଥିଲେ। ସେଇଭଳି ଜିଲ୍ଲା ପ୍ରଶାସନର ଅଧିନରେ ପରିଚାଳିତ ହେଉଥିବା ବିଭିନ୍ନ ବିଭାଗ ଓ ମିଶନ ଦ୍ବାରା ସରକାରଙ୍କ ଜନହିତକର ଯୋଜନା ଗୁଡ଼ିକୁ ଷ୍ଟଲ୍ ରେ ଡେମୋଷ୍ଟେସନ କରି ଜନସାଧାରଣ ସଚେତନତା କରାଯାଇଥିଲା ଏଥିରେ ଜିଲ୍ଲା ଉଦ୍ୟାନ କୃଷି ବିଭାଗ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ କୃଷି ଭିତ୍ତିକ ଯୋଜନା ଉପରେ ପନିପରିବା,ଫଳ,ଛତୁ,ଗେଣ୍ଡୁଫୁଲ, ଷ୍ଟବେରି, ଡ୍ରାଗନ୍ ଫୁଡ୍,ଅଏଲପାମ୍, ଓ ପ୍ୟାକ ହାଉସ୍ ଭଳି ବିଭିନ୍ନ ଚାଷ କରି ଚାଷି ଉପକୃତ ହୋଇଛନ୍ତି ବେନିଫିଟ ପାଇଛନ୍ତି ଏବଂ ଆହୁରି ଅଧିକ ଯେମିତି ବେନିଫିଟ ପାଇ ଉପକୃତ ହେବେ ଅତି ପ୍ରାଞ୍ଜଳ ଭାବେ ପ୍ରଦର୍ଶନ କରି ପ୍ରଶାସନଙ୍କ ଠାରୁ ପ୍ରଥମ ପୁରସ୍କାର ଗ୍ରହଣ କରିଛନ୍ତି ଓ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇ ପ୍ରଶଂସନୀୟ ହେଇଥିବାରୁ ଉଦ୍ୟାନ କୃଷି ବିଭାଗର ଅଧିକାରୀ ଶାନ୍ତନୁ କୁମାର ନାଏକ, ଅତିରିକ୍ତ ଉଦ୍ୟାନ କୃଷି ବିଭାଗ ଅଧିକାରୀ ବିନୋଦ କୁମାର ଜେନା,ସହକାରୀ ଯନ୍ତ୍ରୀ ଆଶିଷ ରଂଜନ ଦାଶ,କ୍ଷେତ୍ର ପରିଦର୍ଶକ କର୍ମଚାରୀ ବେଣୁଧର ସାହୁ,ବିଶ୍ବଜିତ ସୁବୁଦ୍ଧି ଓ କ୍ଷେତ୍ର ସମ୍ପ୍ରସାରଣ କର୍ମଚାରୀ ରମେଶ ଚନ୍ଦ୍ର ମଙ୍ଗରାଜ ଏବଂ ଅନ୍ୟ ସମସ୍ତ କର୍ମଚାରୀ ଜିଲ୍ଲା ପ୍ରଶାସନ ମୂଖ୍ୟ ଜିଲ୍ଲାପାଳଙ୍କୁ ଓ ଅନ୍ୟ ସମସ୍ତ ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ପୁରସ୍କାର ଉତ୍ସଵରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ଉନ୍ନୟନ ଓ ମୂଖ୍ୟ କାର୍ଯ୍ୟ ନିର୍ବାହୀ ଜିଲ୍ଲା ପରିଷଦ କନ୍ଧମାଳ ଶମ୍ଭୁନାଥ ନନ୍ଦୀ ଯୋଗ ଦେଇ ସମସ୍ତଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ।
