କୋଣାର୍କ ବାର୍ ଆସୋସିଏସନ୍ ନିର୍ବାଚନ୭ମ ଥର ପାଇଁ ଶ୍ରୀଜୟ ବରାଳ ନିର୍ଦ୍ଵନ୍ଦରେ ସଭାପତି
କୋଣାର୍କ, ୨୯/୩:()- ଓଡ଼ିଶା ରାଜ୍ୟ ବାର୍ କାଉନସିଲ୍ ର ନିର୍ଦ୍ଦେଶକ୍ରମେ ୨୦୨୫-୨୬ ବର୍ଷ ପାଇଁ ସମଗ୍ର ରାଜ୍ୟରେ ଥିବା ଓକିଲ ସଂଘର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି।ଏହି କ୍ରମରେ କୋଣାର୍କ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ପ୍ରକ୍ରିୟା ଗତ ୫ ତାରିଖରୁ ଆରମ୍ଭ ହୋଇଛି। ନିର୍ବାଚନ ଅଧିକାରୀ ରାଜନନ୍ଦିନୀ ମହାପାତ୍ରଙ୍କ ଠାରୁ ନିଆଯାଇଥିବା ସୂଚନା ଅନୁଯାୟୀ କୋଣାର୍କ ସଂଘର ସମସ୍ତ ପଦବୀ ପାଇଁ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥିବା ଜଣାପଡିଛି। ସଂଘର ସଭାପତି ଭାବେ ଶ୍ରୀଜୟ ବରାଳ ସପ୍ତମ ଥର ପାଇଁ ବିନା ପ୍ରତିଦ୍ବନ୍ଦିତାରେ ନିର୍ବାଚିତ ହୋଇଥିବା ବେଳେ, ଅନ୍ୟ ସବୁ ପଦବୀ ପାଇଁ ନୂତନ ମୁହଁ ଦେଖିବାକୁ ମିଳିଛି। ସାଧାରଣ ସମ୍ପାଦକ ଭାବେ ସୁରେଶ ଚନ୍ଦ୍ର ସ୍ବାଇଁ, ଉପ-ସଭାପତି ଭାବେ ରଶ୍ମିତା ଶତପଥୀ, ସସ୍ମିତା ନିସଙ୍କ, ବିଜୟଲକ୍ଷ୍ମୀ ବିଶ୍ଵାଳ, ପ୍ରସ୍ପୂଜିତ୍ ପରିଡ଼ା, ଭଗବାନ୍ ମହାପାତ୍ର , ଯୁଗ୍ମ-ସମ୍ପାଦକ ଭାବେ ବରୁଣ ନାୟକ, ଭାବଗ୍ରାହୀ ସ୍ବାଇଁ, ଅଜୟ ସେଠୀ, କୋଷାଧ୍ୟକ୍ଷ ଭାବେ ବିଜୟ ମହାନ୍ତି, କାର୍ଯ୍ୟକାରୀ ସଦସ୍ୟ ଭାବେ ଅଶୋକ ବିଶ୍ଵାଳ, ତପନ ପଟ୍ଟନାୟକ, ପ୍ରଦୀପ୍ତ ପାତ୍ର, ଅମିତାଭ ମହାନ୍ତି, ଲକ୍ଷ୍ମୀକାନ୍ତ ଖଟୋଇ, ଦେବଧୂତି ମହାପାତ୍ର, ଉପଦେଷ୍ଟା ଭାବେ ଦେବରାଜ ଦାଶ, ମାଧବାନନ୍ଦ ପତି, ସୋମନାଥ ନିଶଙ୍କ ଓ ପୂର୍ଣ୍ଣ ଚନ୍ଦ୍ର ବେଉରା ପ୍ରମୁଖ ନିର୍ବାଚିତ ହୋଇଥିବା ସୂଚନା ମିଳିଛି।
