ଓଡ଼ିଶା ଦିବସ ଓ ଜଗତସିଂହପୁର ଜିଲ୍ଲା ମହୋତ୍ସବ “କଲ୍ଲୋଳ” ପାଳନ ଅବସରରେ ସାମ୍ବାଦିକ ସମ୍ମିଳନୀ

ଏପ୍ରିଲ ୧ ତାରିଖ ଓଡ଼ିଶା ଦିବସ ଓ ଜଗତସିଂହପୁର ଜିଲ୍ଲା ମହୋତ୍ସବ “କଲ୍ଲୋଳ” କୁ ମହା ଆଡମ୍ବରରେ ରେ ପାଳନ କରାଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଜେ ସୋନାଲ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ସମସ୍ତ ସାମ୍ବାଦିକ ମାନେ ଯୋଗ ଦେଇଥିଲେ । ଏପ୍ରିଲ ୧ ତାରିଖ ଓଡ଼ିଶା ଦିବସ ପାଳନ ହେବା ସହିତ ଏକ ତାରିଖ ଠାରୁ ପାଞ୍ଚ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ମହୋତ୍ସବ “କଲ୍ଲୋଳ” ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ । ପ୍ରତିଦିନ ସନ୍ଧ୍ୟାରେ ସାଧାରଣ ସଭା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏପ୍ରିଲ ତିନି ତାରିଖ ଜିଲ୍ଲା ଜନ୍ମ ଦିବସରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ପାଞ୍ଚ ଦିନ ଧରି ଚାଳିବାକୁ ଥିବା ଏହି ଜିଲ୍ଲା ମହୋତ୍ସବ ରେ ପଲ୍ଲୀଶ୍ରୀ ମେଳା ସହିତ ବିଭିନ୍ନ ପ୍ରକାର ଖାଦ୍ୟ ଷ୍ଟଲ ମାନ ମେଳାରେ ଉପଲବ୍ଧ ହେବା ସହିତ ବଲିଉଡ କଳାକାର ମାନେ ମଧ୍ୟ ଯୋଗ ଦେବେ ବୋଲି ଜିଲ୍ଲାପାଳ କହିଛନ୍ତି ।

Leave a Reply

Your email address will not be published. Required fields are marked *