ସଡ଼କ ଦୁର୍ଘଟଣାରେ ମୃତ୍ୟୁକୁ ନେଇ ରାସ୍ତାରୋକ କଲେ ଗ୍ରାମବା
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ବଡ଼ବିଲାସାହି ନିକଟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁକୁ ନେଇ ରାସ୍ତାରୋକ କଲେ ଗ୍ରାମବାସୀ।ଗତ ୨୬ ତାରିଖ ଦିନ ରାତିରେ ଯାତ୍ରା ଦେଖି ଫେରୁଥିବା ବେଳେ ବଡ଼ବିଲାସାହିର ଦମ୍ପତ୍ତି ବିପ୍ରବର ପାତ୍ର ଓ ମଞ୍ଜୁ ପାତ୍ର ଟ୍ରକ ଧକ୍କାରେ ଗୁରୁତର ହୋଇଥିଲେ।ଚିକିତ୍ସିତ ଅବସ୍ଥାରେ ବିପ୍ରବରଙ୍କର ମୃତ୍ୟୁ ହୋଇଛି ।ମଞ୍ଜୁ ପାତ୍ର ଏବେ ଜୀବନ ମରଣ ସହିତ ମେଡିକାଲରେ ସଂଘର୍ଷ କରୁଛନ୍ତି। ଯାହାକୁ ନେଇ ଗ୍ରାମବାସୀ ମାନେ ଶବ ରଖି କ୍ଷତିପୂରଣ ସହ ସର୍ଭିସ ରୋଡ଼ ନିର୍ମାଣ ଦାବିରେ ରାସ୍ତାରୋକ କରିଛନ୍ତି। ସେପଟେ ରାସ୍ତାରେ ଯାଉଥିବା ବେଳେ ଫସି ଯାଇଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ତାଙ୍କୁ ଗାଡି ଫେରାଇ ଯିବାକୁ ପଡିଛି। ତେବେ ଘଟଣା ସ୍ଥଳରେ କାମାକ୍ଷାନଗର ଏସଡ଼ିପିଓ ଜ୍ଞାନରଞ୍ଜନ ମିଶ୍ର ପହଞ୍ଚି ଲୋକଙ୍କୁ ବୁଝାସୁଝା ଜାରି ରଖିଛନ୍ତି।
