ଉପମୁଖ୍ୟମନ୍ତ୍ରୀ ଙ୍କ ନାମରେ ସାମାଜିକ ଗଣମାଧ୍ୟମ ରେ ମିଛ ପ୍ରଚାର

ଅସ୍ତରଙ୍ଗ ୩୦/୩ ପୁରୀଜିଲ୍ଲା ଅସ୍ତରଙ୍ଗ ଥାନାରେ ଆଜି ୧୧ଘଂଟିକା ସମୟରେ ଜଗତସିଂହପୁର ସାଂସଦ ଙ୍କ ପ୍ରତିନିଧି ସୁଦର୍ଶନ ସ୍ବାଇଁଙ୍କ ନେତୃତ୍ୱ ରେ ବିଜେପି କର୍ମୀ ମିଳିତ ହୋଇ ଯୁବକ ଜ୍ଞାନରଞ୍ଜନ ନାୟକ ନାମରେ ଅସ୍ତରଙ୍ଗ ଥାନାରେ ଏତଲା ଦେଇଛନ୍ତି। ସୂଚନାଯୋଗ୍ୟ କି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଙ୍କ ନାମରେ ସାମାଜିକ ଗଣମାଧ୍ୟମ ରେ ଆପତ୍ତି ଜନକ ଫଟୋ ତଥା ବିଭିନ୍ନ ପ୍ରକାର ଲେଖା କୁ ନେଇ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ସ୍ବାଇଙ୍କ ନେତୃତ୍ୱରେ ଅସ୍ତରଙ୍ଗ ବ୍ଲକ୍ ର ବରିଷ୍ଠ କର୍ମକର୍ତା ଏକତ୍ରିତ ହୋଇ ଅସ୍ତରଙ୍ଗ ଥାନାରେ ପହଂଚି ଥାନା ଦାୟିତ୍ୱ ରେ ଥିବା ଥାନାନିରୀକ୍ଷକ ଅଚ୍ୟୁତାନନ୍ଦ ବେହେରା ଙ୍କୁ ସାକ୍ଷାତ କରି ଏହି ଅଂଚଳ ର ଯୁବକ ଜ୍ଞାନରଞ୍ଜନ ନାୟକ ଙ୍କୁ ଗିରଫ ତଥା ଆଇନ ଅନୁଯାଇ ଉକ୍ତ ଯୁବକ ନାମରେ କାର୍ଯ୍ୟାନୁଷ୍ଠାନ ଦାବି କରି ଲିଖିତ ଅଭିଯୋଗ କରିଛନ୍ତି। ଏଥିରେ ବରିଷ୍ଠ ନେତା ଇଶ୍ୱର ଚନ୍ଦ୍ର ବେହେରା, ଯୁବ ସଂଗଠକ ପ୍ରଶାନ୍ତ କୁମାର ଭୋଳ, ପ୍ରସନ୍ନ କୁମାର ବେହେରା , ପୂର୍ବତନ ସରପଞ୍ଚ ଅଧିକାରୀ ବେହେରା ଓ ପ୍ରିୟବ୍ରତ ସ୍ୱାଇଁ ଙ୍କ ସମେତ ବହୁ ବିଜେପି କର୍ମୀ ସାମିଲ୍ ହୋଇଥିଲେ।

Leave a Reply

Your email address will not be published. Required fields are marked *