ଅନ୍ତ୍ୟାଦୟ ଗୃହ ଯୋଜନା ର ଶୁଭାରମ୍ଭ

, ତା 30/3/25 କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପରିସର ମଧ୍ୟରେ ଅନ୍ତ୍ୟାଦୟ ଗୃହ ଯୋଜନା କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇ ଯାଇଅଛି।ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଲେଙ୍କା ପ୍ରଦୀପ ପ୍ରଯୋଳନ କରି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିବା ବେଳେ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସାଚୀ ସାହୁ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟ ସିଂ କହଁର,ତହସିଲଦାର ବରୀୟାଲ ମୂର୍ମୁ,ବ୍ଲକ୍ ଅଧ୍ୟକ୍ଷ ପ୍ରିତମ ପ୍ରଧାନ, ଉପାଧକ୍ଷା ରିନା ପ୍ରଧାନ,ବିଧାୟକ ପ୍ରତିନିଧି ତାରିଣୀ ପରିଛା,ସହକାରୀ ଯନ୍ତ୍ରୀ ବଣ୍ଟି ଚୌଧୁରୀ, ଭାଜାପା ମଣ୍ଡଳ ସଭାପତି ସନ୍ତୋଷ ପାତ୍ର ମଞ୍ଚାଷିନ ରହିଥିଲେ।ରାଜ୍ୟ ସରକାର ମୋହନ ଚରଣ ମାଝି ଙ୍କ ଦ୍ଵାରା ଉଦ୍ଘାଟନୀ କାର୍ଯ୍ୟକ୍ରମ ର ସିଧାପ୍ରସାରଣ କରାଯିବା ର ବ୍ୟବସ୍ଥା କରାଯାଇଥିଲା।ଭିନ୍ନକ୍ଷମ ଓ ଅସହାୟ ଅବସ୍ଥାରେ ରହିଥିବା ଗରିବ ପରିବାର ଙ୍କୁ ପ୍ରାଥମିକତା ଭିତ୍ତିରେ ଚୟନ କରାଯାଇ ଗୃହ ନିର୍ମାଣ ସକାଶେ କାର୍ଯ୍ୟାଦେଶ ଅତିଥି ଓ ମୁଖ୍ୟ ଅତିଥି ଙ୍କ କର କମଳ ରେ ବଣ୍ଟନ କରାଯାଇଥିଲା।ଆଜିର କାର୍ଯ୍ୟକ୍ରମ ରେ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ସରପଞ୍ଚ,ସମିତିସଭ୍ୟ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଯୋଗଦେଇଥିବା ବେଳେ ବି.ପି.ସି କମଳ ନାୟକ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଓ ବି.ପି.ଏମ ଜୟଦେବ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *