ଏକ ବିଶାଳ ରକ୍ତଦାନ ଶିବୀର ଅନୁଷ୍ଠିତ
ଆଜି ତା ୦୧.୦୪.୨୦୨୫ ରିଖ ମଙ୍ଗଳବାର ଦିନ ଆଶ୍ୱସ୍ତି ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଏକ ବିଶାଳ ରକ୍ତଦାନ ଶିବୀର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ରକ୍ତଦାନ ଶିବୀରରେ ମୋଟ ୧୮୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ବାର ଆସୋସଏସନର ସଭାପତି ଶ୍ରୀଯୁକ୍ତ ପ୍ରେମାନନ୍ଦ ମହାନ୍ତି, ମୁଖ୍ୟ ବକ୍ତା ଭାବେ ପୁରୀ ଜିଲ୍ଲାର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ, ସମ୍ମାନିତ ଅତିଥି ଭାବେ ଶ୍ରୀମନ୍ଦିର କାର୍ଯ୍ୟାଳୟର ସିନିୟର୍ ସୁପରଭାଇଜର୍ ଶ୍ରୀଯୁକ୍ତ ବକ୍ସିରାମଚନ୍ଦ୍ର ପ୍ରତିହାରୀ, ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ଶ୍ରୀଯୁକ୍ତ ବ୍ରିଜ ବିହାରୀ ମିଶ୍ର, ସରକାରୀ ଓକିଲ ଶ୍ରୀ ଭଗବାନ ପ୍ରତିହାରୀ, ଶ୍ରୀମନ୍ଦିର ଛତାର ନିଯୋଗର ସମ୍ପାଦକ ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ପଣ୍ଡା, ଭଟ୍ଟ ଜାଗା ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ମାଧବଚନ୍ଦ୍ର ପଣ୍ଡା, ଅବସର ପ୍ରାପ୍ତ ବ୍ୟାଙ୍କ୍ ମ୍ୟାନେଜର ଶ୍ରୀ ଶଙ୍କର ପଣ୍ଡା, ଶିଶୁ ସାହିତ୍ୟ ପତ୍ରିକାର ସମ୍ପାଦକ ଶ୍ରୀଯୁକ୍ତ ସୁକାନ୍ତ ପଣ୍ଡା, ସମାଜସେବୀ ଶ୍ରୀ ବଳରାମ ଦାଶ, ସମାଜସେବୀ ଶ୍ରୀ ବ୍ରଜ କିଶୋର ସାହୁ ଏବଂ ବହୁ ମାନ୍ୟଗଣ୍ୟ ଅତିଥି ମାନେ ଯୋଗଦାନ କରି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିବା ସହ ସାଧୁବାଦ ଅର୍ପଣ କରିଥିଲେ। ସଂଘର ସଭାପତି ତଥା ବିଶିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ଦୀପକ ପଣ୍ଡା ଏହି ଅବସରରେ ସମସ୍ତଙ୍କୁ ରକ୍ତ ଦାନର ମହନୀୟତା ବିଷୟରେ ଅବଗତ କରାଇବା ସହ ଅଧକରୁ ଅଧିକ ଲୋକଙ୍କୁ ରକ୍ତ ଦେବା ପାଇଁ ଉଦବୋଧନ ଦେଇଥିଲେ। ରକ୍ତ ଅଭାବରୁ କୌଣସି ଜୀବନ ନ ଯାଉ ବୋଲି ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କ ମତରେ ସ୍ପଷ୍ଟ ପରିଲକ୍ଷିତ ହେଉଥିଲା। ଗ୍ରୀଷ୍ମ ଋତୁରେ ରକ୍ତଭଣ୍ଡାରରେ ରକ୍ତର ଘୋର ଅଭାବ ପଡ଼େ। ଏପରି ପରିସ୍ଥିତିକୁ ଆଖିଆଗରେ ରଖି ଅନୁଷ୍ଠାନର ସମସ୍ତ ସଦସ୍ୟା ସଦସ୍ୟ ମାନେ ଲୋକ ମାନଙ୍କୁ ଉଦବୋଧନ ଦେବା ସହ ରକ୍ତ ଦାତା ମାନଙ୍କ ସହିତ ରକ୍ତ ଦାନର ମହତ୍ତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ। ଅନୁଷ୍ଠାନର ସଦସ୍ୟା ସଦସ୍ୟ ମାନେ ଖୁବ୍ ଶୃଙ୍ଖଳିତ ଭାବେ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ପରିଶେଷରେ ସମ୍ପାଦିକା ଶ୍ରୀମତୀ ଗିରିଜା ମଞ୍ଜରୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ଶିବିର ସମାପ୍ତିର ଘୋଷଣା କରିଥିଲେ।
