ଉତ୍କଳ ଦିବସ ସମାରୋହ ସମିତି ପକ୍ଷରୁ ବ୍ୟାସନଗର ସ୍ଥିତ ହୋଟେଲ ରୟାଲ କଳିଙ୍ଗରେ ଓଡିଶା ଦିବସ ପାଳିତ ହେଇଯାଇଛି l
ଉତ୍କଳ ଦିବସ ସମାରୋହ ସମିତି ପକ୍ଷରୁ ବ୍ୟାସନଗର ସ୍ଥିତ ହୋଟେଲ ରୟାଲ କଳିଙ୍ଗରେ ଓଡିଶା ଦିବସ ପାଳିତ ହେଇଯାଇଛି l ଆଜି ସମିତିର ସଭାପତି ଦୁଃସମନ୍ତ ରାଉତଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ୍ ବିଶ୍ୱରଂଜନ, ବରିଷ୍ଠ ସାମ୍ୱାଦିକ ଅମରେଶ ବୁଶ୍ୱାଳ ଅତିଥି ଭାବେ ଯୋଗଦେଇ ଓଡିଶା ଗଠନ ଓ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ l ଏହି ଅବସରରେ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଡାକ୍ତର ହେମନ୍ତ କିଶୋର ସାହୁ ଓ ସମିତିର ସମ୍ପାଦିକା ବ୍ରଜେଶ୍ବରୀ ସିଂ ଯୋଗଦେଇ ଓଡିଶା ରାଜ୍ୟ ଗଠନରେ ଅବଦାନ ଥିବା ମହାପୁରୁଷ ମାନଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନେକ ବୃଦ୍ଧିଜୀବି, ଶିକ୍ଷାବିତ୍ ଓ ସମାଜସେବୀ ଯୋଗଦେଇଥିଲେ l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ
