ବେଷ୍ଟ କନେଷ୍ଟବଳ ଭାବେ ପୋଲିସ ପ୍ରତିଷ୍ଠା ଦିବସରେ ଡିଜିଙ୍କ ଠାରୁ ପୁରସ୍କୃତ

ଯାଜପୁର ରୋଡ ଥାନାର କନେଷ୍ଟବଳ ଦୀପକ କୁମାର ତ୍ରିପାଠୀ ରାଜ୍ୟର ବେଷ୍ଟ କନେଷ୍ଟବଳ ଭାବେ ପୋଲିସ ପ୍ରତିଷ୍ଠା ଦିବସରେ ଡିଜିଙ୍କ ଠାରୁ ପୁରସ୍କୃତ l ଆଜି ରାଜ୍ୟ ପୋଲିସ ପକ୍ଷରୁ ସାରା ଜିଲ୍ଲାର ମୁଖ୍ୟାଳୟରେ ୯୦ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହେଉଛି l ଏହି ପରିପକ୍ଷ ଆଜି କଟକ ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଆୟୋଜିତ ପୋଲିସ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ରାଜ୍ୟ ବିଭିନ୍ନ ବିଭାଗର ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ତାଙ୍କର ନିଷ୍ଠା ପର ସେବା ପାଇଁ ଡିଜି ଯୋଗେଶ ବହାଦୁର ଖୁରାନିଆ ପୁରସ୍କୃତ କରିଛନ୍ତି l ଏହି ପରିପକ୍ଷରେ ଯାଜପୁର ଜିଲ୍ଲା ସ୍ଥିତ ଯାଜପୁର ରୋଡ ଥାନାର କନେଷ୍ଟବଳ ଦୀପକ କୁମାର ତ୍ରିପାଠୀଙ୍କୁ ବେଷ୍ଟ ଥାନା କନେଷ୍ଟବଳ ଭାବେ ଡିଜି ପୁରସ୍କୃତ କରିଛନ୍ତି l ଏହି ପୁରସ୍କାର ପାଇବା ପରେ ଶ୍ରୀ ତ୍ରିପାଠୀ ଡିଜି ଶ୍ରୀ ଖୁରାନିଆ,ଯାଜପୁର ଏସପି ୟସପ୍ରତାପ ଶ୍ରୀମଲ ଓ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଧନ୍ୟବାଦ ଦେଇଛନ୍ତି l ଶ୍ରୀ ତ୍ରିପାଠୀ କହିଛନ୍ତି ଏହି ପୁରସ୍କାର ମୋତେ ଆହୁରୀ ଶୃଙ୍ଖଳତାର ସହିତ କାର୍ଯ୍ୟ କରିବାକୁ ଉତ୍ସାହିତ କରିବ l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର

Leave a Reply

Your email address will not be published. Required fields are marked *