କୋରୋନା ପାଇଁ ଯୁବକ ଯୁବତୀ ମାନଙ୍କୁ ମାଗଣା ପ୍ରଶିକ୍ଷଣ
କାମାକ୍ଷାନଗର,୧୨/୧୧– ଢ଼େଙ୍କାନାଳ ଜିଲ୍ଲା କରୋନା ମହାମାରୀ କାରଣରୁ ରାଜ୍ୟର ବୃଦ୍ଧି ପାଇଛି ବେରୋଜଗାର ସଂଖ୍ୟା । ଏହାକୁ ଆଖି ଆଗରେ ରଖି ସରକାର ଆରମ୍ଭ କରିଛନ୍ତି ନିଯୁକ୍ତି ମେଳା । ଯେଉଁଥିରେ ରାଜ୍ୟର ବିଭିନ୍ନ ଅଞ୍ଚଳର ବିକାର ଯୁବକ ଯୁବତୀଙ୍କ ମାଗଣା ତାଲିମ ଓ ପ୍ରଶିକ୍ଷଣ ଦିଆଯାଇ ବିଭିନ୍ନ ଘରୋଇ ଅନୁଷ୍ଠାନ ମାନଙ୍କରେ ନିଯୁକ୍ତି ନିମନ୍ତେ ପ୍ରୟାସ କରାଯାଉଛି ।
ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଢେଙ୍କାନାଳ ଜିଲ୍ଲାର ସମସ୍ତ ଆଠଟି ବ୍ଲକ ମାନଙ୍କରେ ଜିଲ୍ଲା ଦକ୍ଷତା ବୃଦ୍ଧି କମିଟି ଓ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ମିଳିତ ସହଯୋଗ ରେ ଆଠଦିନ ଧରି ବ୍ଲକ ସ୍ତରିୟ ନିଯୁକ୍ତି ପରାମର୍ଶ ମେଳା ଆୟୋଜିତ ହେଉଅଛି ।
ଏହି ପରିପ୍ରେକ୍ଷିରେ ଭୁବନ ବ୍ଲକ କାର୍ଯ୍ୟାଳୟ ପରିସରରେ ୧୧ ତାରିଖ ରୁ ଆରମ୍ଭ ହୋଇଛି ନିଯୁକ୍ତି ପରାମର୍ଶ ମେଳା । ଯେଉଁଥିରେ ବ୍ଲକ ର ପଞ୍ଚମ ଠାରୁ +୩, ଆଇଟିଆଇ ଓ ଡିପ୍ଲୋମା ପଢିଥିବା ୧୮ ବର୍ଷ ରୁ ୩୫ ବର୍ଷ ବୟସ ମଧ୍ଯ ର ବେକାରୀ ଯୁବକ ଯୁବତୀ ମାନଙ୍କୁ ଚୟନ କରାଯାଇ ପ୍ରଥମେ ମାଗଣା ତାଲିମ ଓ ପରେ ନିଯୁକ୍ତି ଦେବାର ବ୍ଯବସ୍ଥା କରାଯାଇଛି ।
ରାଜ୍ୟର ବିଭିନ୍ନ ଅଞ୍ଚଳର ଅଗ୍ରଣୀ ତାଲିମ ଶିକ୍ଷାନୁଷ୍ଠାନ ଓ ନିଯୁକ୍ତି ଦାତା କମ୍ପାନୀମାନ ଏହି ମେଳାରେ ଅଂଶ ଗ୍ରହଣ କରିଥିବା ବେଳେ ଭୁବନ ବ୍ଲକ ଓ ଏନଏସିର ଶତାଧିକ ବେକାର ଯୁବକ ଯୁବତୀ ଅଂଶ ଗ୍ରହଣ କରୁଛନ୍ତି ।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ନିଯୁକ୍ତି ଅଧିକାରୀ ସଙ୍ଗୀତା ଦାସ, ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଉପସ୍ଥିତ ରହି ସରକାରଙ୍କ ଉଦ୍ଦେଶ୍ଯ କୁ ଲୋକମାନଙ୍କ ନୀକଟରେ ପହଁଞ୍ଚାଇ ଯୁବକ ଯୁବତୀମାନେ ଆତ୍ମନିର୍ଭରଶୀଳ ହେବା ନିମନ୍ତେ ଏହାର ସୁଯୋଗ ନେବାକୁ ଜଣାଇଛନ୍ତି ।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।