ମଣ୍ଡଳୀସ୍ତରୀୟ ଓଡ଼ିଶା ଦିବସ ପାଳିତ
ଉଦଳା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ନିର୍ବାଚନ ଉଦଳା-୧/୪– ଉଦଳା ଥାନା ଛକରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଏବଂ ଦୀପ ଧୂପ ଦିଆଯାଇ ବଜାର ସ୍ଥିତ ହାଇସ୍କୁଲ ଛକରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେଇ, ସକାଳ ୧୦ ଘଟିକା ସମୟରେ ଉଦଳା, କପ୍ତିପଦା, ଗୋପବନ୍ଧୁନଗର ବ୍ଲକ ଏବଂ ଉଦଳା ଏନ୍.ଏ.ସି.ର ସମସ୍ତ କର୍ମୀମାନେ ଦଳୀୟ କାର୍ଯ୍ୟାଳୟରେ ପହଞ୍ôଚଥିଲେ । ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ଦିବଂଗତ ମହାନାୟକ ମାନଙ୍କ ଫଟୋ ଚିତ୍ରରେ ଦୀପ ଧୂପ ଦେଇ ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଉକ୍ତ ସଭାରେ କପ୍ତିପଦା ବ୍ଲକ ପ୍ରବୀର ଚନ୍ଦ୍ର ସାଏ, ପ୍ରଶାନ୍ତ ବେହେରା, ଶିରୁ ସୋରେନ, ଜିଲ୍ଲା ପରିଷଦ ସଭ୍ୟ ସସ୍ମିତା ବାରିକ, ସୁନିଲ ପ୍ରଧାନ, ଅଭିମନ୍ୟୁ ମଣ୍ଡଳ, ଗୋପବନ୍ଧୁନଗର ବ୍ଲକର ବହୁ ନେତୃମଣ୍ଡଳୀ ସତ୍ୟବାନ ଉପାଧ୍ୟାୟ, ଜି.ବି. ନଗର ବ୍ଲକ୍ର ପୂର୍ବତନ ଚେୟାରମ୍ୟାନ ସୁକେଶ୍ୱର ମଢ଼େଇ, ମଣ୍ଟୁସାହୁ, ଅସିତ୍ କୁମାର ଲେଙ୍କା, ଟୁକୁନା ମହାକୁଡ଼, ତପନ ମହାନ୍ତି, ଉଦଳ ବ୍ଲକର ବରିଷ୍ଠ ନେତା ନରେନ୍ଦ୍ର ମୋହନ ରାଉତ, ଗୋବିନ୍ଦ ଚନ୍ଦ୍ର ନାୟକ, ଲଳିତା ବିଶୋଇ, ଘନଶ୍ୟାମ ମହାନ୍ତ, ସୁଶାନ୍ତ ବେହେରା, ପ୍ରତାପ ବେହେରା, ଉଦଳା ଏନ୍.ଏ.ସି.ର ସମସ୍ତ କାଉନସିଲର, ପୂର୍ବତନ ଚେୟାରମ୍ୟାନ ମନୋଜ ମହାନ୍ତି, ସୌଭାଗ୍ୟ କୁମାର ସାହୁ, ବନମାଳି ବେହେରା, ରଞ୍ଜିତା ବାନାର୍ଜି, ମହିଳା ନେତ୍ରୀ ବିଜୟା ବାରିକ, ଶୈଳେସ ବିଶ୍ୱାଳ, ଡ଼ିକେନସ୍ ବେହେରା, ମଣ୍ଟୁ ପୋଥାଳ, ଚିତ୍ତ ରଂଜନ ବାରିକ, ପ୍ରଶାନ୍ତ ତ୍ରିପାଠୀ ଯୋଗଦେଇଥିଲେ । ଆଜିକାର ସମସ୍ତ ବକ୍ତା ମାନେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସଂପର୍କରେ ଓଡ଼ିଶାର ସମାଗ୍ରିକ ବିକାଶ ନିମନ୍ତେ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ବରିଷ୍ଠ କର୍ମୀ ଅମୀୟ କୁମାର ବଳ, ଉପସ୍ଥିତ ସମସ୍ତ କର୍ମୀ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଆଜିକାର ସଭାକୁ ସଫଳ କରିବା ପାଇଁ ବରିଷ୍ଠ କର୍ମୀ ଶଶଧର ସ୍ୱାଇଁ, ଆଶିଷ କୁମାର ଦାସ, ବିଣାକର ମହାପାତ୍ର, ଭବାନିଶଙ୍କର ମହାନ୍ତ ଏବଂ ଅନ୍ୟମାନେ ସହଯୋଗ କରିଥିଲେ ।
