୮ଶମ୍ଭୁ ମିଳନ ସମାରୋହ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚଳିତ ବର୍ଷର ଚୈତ୍ର ମାସର ପାରମ୍ପାରିକ ଦଣ୍ଡଯାତ୍ରା ଗତ ମାର୍ଚ୍ଚ ୨୮ ତାରିଖ ଠାରୁ ଆରମ୍ଭ ହୋଇଯାଇଛି। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ପ୍ରଭୂ ମହାଦେବ ଠାକୁର ଓ ମାଁ କାଳୀ ବିଭିନ୍ନ ସ୍ଥାନକୁ ଭ୍ରମଣ କରି ଭକ୍ତ ମାନଙ୍କ ମେଳିରେ ଦଣ୍ଡ ନୃତ୍ୟ କରିବା କାହୁଁ ଆହ୍ବାନ କାଳରୁ ରହି ଆସିଛି। ୧୪ ତାରିଖରେ ବିଷୁବ ପଣା ସଂକ୍ରାନ୍ତି ରେ ନିଜ ମନ୍ଦିରକୁ ବାହୁଡ଼ିବେ ଏତିକି ଦିନ ସମଗ୍ର ଜିଲ୍ଲାରେ ଚାରିଆଡେ ଆଧ୍ୟାତ୍ମିକ ପରିବେଶରେ ସୃଷ୍ଟି ହୋଇ ଉତ୍ସବ ମୁଖର ହେବ ଓ ଦଣ୍ଡ ନୃତ୍ୟ ଢୋଲ,ମହୁରୀ,ଘଣ୍ଟ ରେ ପ୍ରକମ୍ପିତ ହେବ। ଦଣ୍ଡ ଭକ୍ତଙ୍କ ଗେରୁଆ ବସ୍ତ୍ରରେ ରଙ୍ଗେଇହେବ ପରିବେଶ। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଖଲିବେରେଣା ଗ୍ରାମରେ ୪ ତାରିଖ ଦିନ ମାଁ ରୁଦ୍ରକାଳୀ ଓ ପ୍ରଭୂ ଶ୍ରୀ ଶ୍ରୀ ଶ୍ରୀ ଯୋଗେଶ୍ୱର ମହାଦେବ ବାବା ଙ୍କ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଗ୍ରାମବାସୀଙ୍କ ମିଳିତ ଆନୁକୁଲ୍ୟରେ ୮ ଶମ୍ଭୁ ମିଳନ ସମାରୋହ ଅନୁଷ୍ଟିତ ହେବ। ଆଜି ମଙ୍ଗଳବାର ଏପ୍ରିଲ ୧ ଦିନ କଳସ ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ୨ ତାରିଖ ଦିନ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି। ଶୁକ୍ରବାର ୪ ତାରିଖ ଦିନ ୮ ଶମ୍ଭୁ ମିଳନ ସମାରୋହ ହେବ। ଦିନରେ ପ୍ରତିଯୋଗୀତା ଭଳି ଧୂଳି ଦଣ୍ଡ ଓ ନୃତ୍ୟ ହେବ। ସନ୍ଧ୍ୟା ୮ ଘଣ୍ଟିକା ସମୟରେ ଆକର୍ଷଣୀୟ ଝୁଣାଦଣ୍ଡ ହେବ ଓ ରାତ୍ର ୧୧.୩୦ ରୁ ପରମ୍ପରା ସଂସ୍କୃତି ଅନୁସାରେ ବେଶ ଭୂଷଣରେ ମାଁ କାଳୀ,ଶଙ୍କର,ପାର୍ବତୀ,ଚଡେଇୟା ପତର ଶବର,ଯୋଗୀ, ଯୁଗିଆଣି ଓ ବୀଣାକାର ଭଳି ବିଭିନ୍ନ ନୃତ୍ୟ ଅନୁଷ୍ଟିତ ହେବ। ଏହି ମିଳନ ସମାରୋହକୁ ଦେଖିବା ପାଇଁ ବିଭିନ୍ନ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ଓ ଦର୍ଶକ ସମାବେଶ ହେବେ। ଏଥି ପାଇଁ ସମଗ୍ର ଅଞ୍ଚଳ ଓ ଆଖପାଖ ଅଞ୍ଚଳରେ ମାଦକ ଦ୍ରବ୍ୟ ଆମିଷ ବିକ୍ରି ବନ୍ଦ ରହିବା ସହିତ ସେବନକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା। ଘୋଷଣା ରୁ ଜଣାପଡ଼ିଛି। ଆଇନ୍ ଶୃଙ୍ଖଳା ପାଇଁ ମଧ୍ୟ କଡ଼ କୁଡ଼ି କରାଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।
