ଖଜୁରୀପଡ଼ା ବିଡ଼ିଓ:ସରକାରୀ ଅଧିକାରୀ ହେବତ ଏମିତି।
ଫୁଲବାଣୀ:ନିପ୍ର ବ୍ଲକର ବିଭିନ୍ନ ପଞ୍ଚାୟତକୁ ଗସ୍ତ କରି ସାଧାରଣ ଲୋକଙ୍କ ସହ ସମସ୍ୟା ବିଷୟରେ ଆଲୋଚନା କରିବା ସହ ଛୁଟି ଦିନରେ ମଧ୍ୟ ସରକାରୀ କାମ କରିବା,ନିଜ ବ୍ୟକ୍ତିଗତ କାମରେ ସରକାରୀ ଗାଡି ବ୍ୟବହାର ନ କରିବା,ଜଳଖିଆ ହେଉ କିମ୍ବା ମିଲ୍ସ ହେଉ ହୋଟେଲକୁ ଖାଇବାକୁ ଗଲେ ଅଥବା ଯେକୌଣସି ଜିନିଷ ଦୋକାନରୁ କିଣି ଆଣିବାକୁ ଗଲେ ବଜାରକୁ ଚାଲି ଚାଲି ଯିବା ଆସିବା କରିବା,ଶିକ୍ଷାର ବିକାଶ ଉପରେ ଗୁରୁତ୍ଵ ଦେଇ ବ୍ୟକ୍ତିଗତ ଭାବେ ଅଭିଭାବକ ଓ ଛାତ୍ର ଛାତ୍ରୀ ଙ୍କୁ ଭେଟି ଭଲ ପାଠ ପଢ଼ିବା ପାଇଁ ବୁଝାଇବା, ବିଭିନ୍ନ ଆବାସିକ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳା ଓ ନିତି ଆଦର୍ଶ ଉପରେ ମାର୍ଗଦର୍ଶକ ହୋଇ ପରାମର୍ଶ ଦେବା,ଏବଂ ଲାଞ୍ଚ କାରବାରକୁ ସଂପୂର୍ଣ୍ଣ ବିରୋଧକରି କୌଣସି ସରକାରୀ କାମରେ ହେଉ କିମ୍ବା ସାହାଯ୍ୟ ସହଯୋଗରେ କୌଣସି ଟଙ୍କାଟିଏ ନେବେ ନାହିଁ ବୋଲି ସରକାରୀ କର୍ମଚାରୀ ହେଉ କିମ୍ବା ସାଧାରଣ ଲୋକଙ୍କୁ ପରାମର୍ଶ ଦେବା। ବର୍ତ୍ତମାନ ପଞ୍ଚମ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସାଧାରଣ ଜ୍ଞାନ ଓ ଇଂରାଜୀ କହିବାର ଦକ୍ଷତା ବଢ଼ାଇବା ପାଇଁ ଏକମାସ ବ୍ୟାପି ଖରାଦିନିଆ କୋର୍ସ ପାଇଁ ନିଜ ବ୍ଲକ କାର୍ଯ୍ୟାଳୟର କନଫରେନ୍ସ ହଲରେ ହେଉ କିମ୍ବା ସ୍ଥାନୀୟ କଲ୍ୟାଣୀ ମଣ୍ଡପରେ ସନ୍ଧ୍ୟା ୬ ଘଣ୍ଟିକା ସମୟରୁ ୭ ଘଣ୍ଟିକା ପର୍ଯ୍ୟନ୍ତ ଟିୟୁସନ ଭଳି ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଗ୍ରହଣ ନିମନ୍ତେ ସ୍ବତନ୍ତ୍ର ଭାବେ ଏକ ମହୋତ୍ୱ ପୂର୍ଣ୍ଣ ପଦକ୍ଷେପ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଆହ୍ବାନ କରିବା ବିଶ୍ଚିତ ଭାବେ ଦେଖିବାକୁ ଗଲେ ଏକ ବିରଳ କାର୍ଯ୍ୟକଳାପ ଓ ନୂତନ ଜାଗରଣ କହିଲି ଅତ୍ୟକ୍ତି ହେବନାହିଁ। ହଁ ଏହା ମନଗଢା କଥା ନୁହେଁ କି ମିଥ୍ୟା ନୁହେଁ। ଯାହା ଆଖିରେ ବର୍ତ୍ତମାନ ଖଜୁରୀପଡ଼ା ବାସୀ ଦେଖିବାକୁ ପାଉଛନ୍ତି।କଥାଟି ହେଉଛି ଆମ ଖଜୁରୀପଡ଼ା ବ୍ଲକ ବିଡ଼ିଓ ଶୁଭ ଦତ୍ତାତ୍ରେୟ ବାହିନୀପତିଙ୍କ କାର୍ଯ୍ୟକଳାପ। ଜଣେ ସ୍ଵାଭିମାନୀ ଓ ନିର୍ଭିକ ନିଷ୍ଠାପର ସରକାରୀ ଅଧିକାରୀଙ୍କୁ ପ୍ରଥମ ଥର ପାଇଁ ଆମ ଖଜୁରୀପଡ଼ା ବ୍ଲକରେ ଦେଖିବକୁ ମିଳିଛି ବୋଲି ସ୍ଥାନୀୟ ବାସୀଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି। ସରକାରୀ ଯୋଜନାର ବିକାଶରେ ମଧ୍ୟ ଭିନ୍ନ ଚିତ୍ର ଦେଖିବକୁ ମିଳୁଛି। ସାଧାରଣ ଲୋକଙ୍କ ସଚେତନତା ରେ ନିଶ୍ଚିତ ସହାୟକ ହେବ ବୋଲି ଆଶା ପ୍ରକଟ ହେଉଛି।
