ଖୋର୍ଦ୍ଧା ବିଜେଡି ପକ୍ଷରୁ ଓଡିଶା ଦିବସ

ଖୋର୍ଦ୍ଧା,୧ା୪: ବିଜେଡି ଖୋର୍ଦ୍ଧା ପକ୍ଷରୁ ପଲଟନପଡିଆ ସ୍ଥିତ କାର୍ଯ୍ୟାଳୟ ରେ ଓଡିଶା ଦିବସ ପାଳିତ ହୋଇଯାଇଛି । ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ଙ୍କ ସଭାପତିତ୍ୱରେ ଅତିଥି ଭାବେ ବରିଷ୍ଠ ନାଗରିକ ମଂଚ ସମ୍ପାଦକ ରାମ ଶଙ୍କର ଯୋଗଦେଇ ୧୯୩୬ ମସିହା ଏପ୍ରିଲ ମାସ ଆଜିର ଦିନରେ ଓଡ଼ିଶା ଭାଷାଭିତିକ ରାଜ୍ୟ ଭାବେ ଗଠନ କରାଯାଇଥିଲା । ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଆଜି ଗର୍ବ ଏବଂ ଗୌରବର ଦିନ । ପୃଥିବୀର ୨୦ଟି ସମୃଦ୍ଧ ସଭ୍ୟ ଓ ସୃଜନଶୀଳ ଭାଷା ମଧ୍ୟରୁ ଓଡ଼ିଆ ଭାଷା ଗୋଟିଏ । ଓଡ଼ିଆ ଭାଷା ତା’ର କଳା, ସଂସ୍କୃତି, ଐତିହ୍ୟ ଏବଂ ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ଇତିହାସକୁ ନେଇ ବିଶ୍ୱରେ ଖ୍ୟାତିଲାଭ କରିଛି । ପରାଧୀନ ଶୃଙ୍ଖଳରୁ ମୁକ୍ତ ହୋଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବାରେ ଉକ୍ରଳ ଗୌରବ ମଧୁସୂଦନ ଦାସ, ଉକôଳମଣି ଗୋପବନ୍ଧୁ ଦାସଙ୍କଠାରୁ ଆରମ୍ଭ କରି ସ୍ୱଭାବକବି ଗଙ୍ଗାଧର ମେହେର, କର୍ମବୀର ଗୌରୀଶଙ୍କର ରାୟଙ୍କ ପର୍ଯ୍ୟନ୍ତ ମହାନ୍ ବ୍ୟକ୍ତିତ୍ୱଙ୍କର ଓଡ଼ିଆ ଭାଷା, ସାହିତ୍ୟ ସହିତ ଏକ ସ୍ୱତନ୍ତ୍ର ରାଜ୍ୟ ଗଠନରେ ଗୁରୁ୍?ତ୍ୱପୂର୍ଣ୍ଣ ଭୂମିକା ଥିଲା । ୧୯୫୪ ମସିହାରେ ଭାଷା ଆଇନ୍ ସଂଶୋଧିତ ହୋଇ ଓଡ଼ିଆ ଭାଷା ସରକାରୀ ଭାଷାର ମାନ୍ୟତା ପାଇଥିଲା ବୋଲି କହିଥିଲେ । ଅନ୍ୟତମ ଅତିଥିଭାବେ ଟାଙ୍ଗିବ୍ଲକ ଅଧ୍ୟକ୍ଷା ରିସ୍ନା ମାନଧାତା, କାଉନ୍ସିଲର ଅମୀୟ ମହାନ୍ତି, ଅନୀଲ ରାମ, ମୋନାଲିସା ସିଂହ, ନର୍ମଦା ଦାସ, ଶିକ୍ଷାବିତ ସନ୍ତୋଷ ଦାସ, ରବୀନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସଭାପତିତ୍ୱ ଭାଷଣରେ ଶ୍ରୀ ସାହୁ କହିଥିଲେ, ୨୦୦୦ରୁ ୨୦୨୪ ଥିଲା ଓଡିଶା ବିକାଶର ନୂଆ ଧାରା । ଉକ୍ତ ସମୟରେ ଓଡିଶା ଯେଉଁଭଳି ଆଗକୁ ବଡିଥିଲା ସେଥିରେ ଆଜି ରୋକ ଲଗାଯାଉଛି । ଉକ୍ତ ସମୟରେ ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲା । ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଲା । ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଓଡିଆ ଭାଷା ଉପରେ ଗବେଷଣା ପାଇଁ ନୂଆ ନୂଆ ଚେୟାର ପ୍ରତିଷ୍ଠା କରାଗଲା । ଆଉ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶରେ ଓଡିଶାକୁ ୧ନଂ କରିଥିଲେ । ଯାହା ବର୍ତମାନ ସମୟର କେନ୍ଦ୍ରସରକାର ମଧ୍ୟ ସ୍ୱୀକାର କରୁଛି ବୋଲି କହିଥିଲେ । ଶେଷରେ କାଉନ୍ସିଲର ପ୍ରବୀଣା ଜଗଦେବ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *