ସମୟ
ସମୟ

ଗୋଲୋକବିହାରୀ ବେହେରା
ସମୟ ଏମିତି ଗୋଟିଏ ନିକିତି
ଖରାପ ବେଳ ଆସିଲେ,
ଆପଣା ଲୋକଙ୍କ ଚରିତ୍ର ସ୍ଵଭାବ
ଜଣା ପଡି ଯାଏ ଭଲେ।
ସମୟର ସ୍ରୋତ କାହାକୁ ରଖିନି
ଭବେ ଚିରସ୍ଥାୟୀ କରି,
ଭସାଇ ନେଉଛି ମଣିଷ ଜୀବନ
କୁଟା ଖିଅଟିଏ ପରି।
ବର୍ତ୍ତମାନ ସ୍ଥିତି ମଣିଷର ଦେଖି
ଉପହାସ କର ନାହିଁ,
ସମୟ ଆସିଲେ କୋଇଲା ହୀରାରେ
ପରିଣତ ହୋଇ ଥାଇ।
ଏହି ସଂସାରରେ କୌଣସି ଦରବ
ସବୁଦିନ ରହେ ନାହିଁ,
ଜଣେ କୋଟିପତି ସମୟ ଚକ୍ରରେ
ଭିକାରି ବି ହୋଇ ଯାଇ।
ଗରିବଟି କାଲି କୋଟିପତି ହୁଏ
ସମୟ ବଦଳି ଯାଏ,
ଟଙ୍କା ପଇସାର ଗର୍ବ ଅହଙ୍କାର
କରିବା ଉଚିତ ନୁହେଁ।
ସମୟ ହିଁ ବଡ ବଳବାନ ଭାଇ
ସବୁ କିଛି ବଦଳାଏ,
ଧୈର୍ଯ୍ୟର ସହିତ ପରିସ୍ଥିତି ଦେଖି
କାମ କରିବାକୁ ହୁଏ।
ଷଡଙ୍ଗୀ, ଢେଙ୍କାନାଳ
ମୋ: ୯୯୩୮୩୦୩୦୪୬
