ସରକାରୀ ଜମି ଜବରଦଖଲ କରି କୋଠା ନିର୍ମାଣ
ସରକାରୀ ଜମି ଜବରଦଖଲ କରି କୋଠା ନିର୍ମାଣ। ଦଲାଲ ଓ ଅସାମାଜିକ ବ୍ୟକ୍ତିଙ୍କ ଦ୍ଵାରା ସରକାରୀ ଜମି ଜବରଦଖଲ । ଗୋପ,୦୧.୦୪()- ଗୋପ ବ୍ଲକ ଅନ୍ତର୍ଗତ ସିମିଳି ଗ୍ରାମ ପଞ୍ଚାୟତର ଅନସରା ହାଇସ୍କୁଲ ସାମ୍ନାରେ ସ୍କୁଲ ପଡିଆ ଅବରୋଧ କରି କିଛି ଅସାମାଜିକ ଓ ଖଳ ପ୍ରକୃତିର ବ୍ୟକ୍ତି ବେଆଇନ୍ ଗୃହ ନିର୍ମାଣ କାର୍ଯ୍ୟ କରୁଛନ୍ତି । ଏହି ବେଆଇନ ନିର୍ମାଣ ଯୋଗୁଁ ଏହି ଗ୍ରାମର ଏକମାତ୍ର ପଡିଆର ପ୍ରବେଶ ପଥ ବନ୍ଦ ହୋଇଯିବାର ଆଶଙ୍କା ରହିଛି। ଏହି ପଡ଼ିଆରେ ବିଭିନ୍ନ ସମୟରେ ବଡ଼ ବଡ଼ ସରକାରୀ ଉତ୍ସବ ଓ ସମାରୋହ ଆୟୋଜିତ ହେଉଥିବାରୁ ସେଥିରେ ମଧ୍ୟ ଏହି କୋଠା ପ୍ରତିବନ୍ଧକ ହେବ । ଏଥି ସହିତ ଜୁଣେଇ- ଅନସରା ଗ୍ରାମ୍ୟ ଉନ୍ନୟନ ରାସ୍ତା କଡ଼ରେ ହେଉଥିବା ଏହି ନିର୍ମାଣ ଯୋଗୁଁ ଭବିଷ୍ୟତରେ ଏହି ରାସ୍ତାର ପ୍ରଶସ୍ତିକରଣ ମଧ୍ୟ ହୋଇପାରିବନି । ସରକାରୀ ଜାଗାରେ ଏତାଦୃଶ ବେଆଇନ ନିର୍ମାଣକୁ ବିଭିନ୍ନ ସ୍ତରରୁ ବିରୋଧ କରାଯାଉଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ କିଛି ପଦକ୍ଷେପ ନିଆଯାଇନାହିଁ । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗ୍ରାମବାସୀଙ୍କ ତରଫରୁ ଅଭିଯୋଗ ହୋଇଥିବା ବେଳେ ଏହି ଅଭିଯୋଗ ଏବେ ବିଡ଼ିଓ ଓ ତହସିଲଦାରଙ୍କ ପାଖରେ ଆସି ପଡ଼ିରହିଛି। ହେଲେ କିଛି ପଦକ୍ଷେପ ନିଆଯାଇନାହିଁ । କାହା ଚାପରେ ସମସ୍ତ ଅଧିକାରୀ ଚୁପ୍ ଅଛନ୍ତି ? ତାହା ତଦନ୍ତ କରିବା ପାଇଁ ଜିଲ୍ଲାପାଳ ଓ ଅଧିକାରୀଙ୍କ ନିକଟରେ ସାଧାରଣରେ ଦାବି ହେଉଛି।
