ଗଞ୍ଜାମ ଜିଲ୍ଲା ସବୁ କ୍ଷେତ୍ରରେ ଭରପୁର, ଲୋକଲୋଚନକୁ ଆସୁନାହିଁ

ଗଞ୍ଜାମ ଜିଲ୍ଲା ସବୁ କ୍ଷେତ୍ରରେ ଭରପୁର, ଲୋକଲୋଚନକୁ ଆସୁନାହିଁ: ବିଧାୟକ ଦ୍ୟାନ ସାମନ୍ତରା ବ୍ରହ୍ମପୁର ; ୦୨/୦୪ : ଏକ ନୂତନ ସଂକଳ୍ପ ନେଇ ପବିତ୍ର ଉତ୍କଳ ଦିବସ ଅବସରରେ ଆରମ୍ଭ ହୋଇଛି ଜନଜାଗୃତି ସେବା ପ୍ରତିଷ୍ଠାନ। ସ୍ଥାନୀୟ ହିଲପାଟଣା ସଂସ୍କୃତି ଭବନରେ ଲୋକାର୍ପଣ ଉତ୍ସବରେ ମୁଖ୍ଯ ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର, ମୁଖ୍ଯ ବକ୍ତା ଭାବେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା, ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ମେୟର ସଙ୍ଘମିତ୍ରା ଦଳେଇ ଓ ହାଇଟେକ ସସ୍ଥାର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ତ୍ରିପତି ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ। ସେବା ପ୍ରତିଷ୍ଠାନର ଟ୍ରଷ୍ଟି ଡ. ଲିସା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ମୁଖ୍ଯ ବକ୍ତା ବିଧାୟକ ଦ୍ୟାନ ସାମନ୍ତରା ଗଞ୍ଜାମ ଜିଲ୍ଲାରେ ବ୍ଯାପକ ଲୋକ ପ୍ରତିଭା ରହିଥିଲେ ମଧ୍ଯ ତାହା ଲୋକଲୋଚନକୁ ଆସିପାରୁ ନଥିବାରୁ ଆମ ଜିଲ୍ଲା ବିକାଶ ଠାରୁ ବହୁ ଦୁରରେ ବୋଲି କହିବା ସହ ସେ ସର୍ବଦା ସାଧାରଣ ନାଗରିକ ଭାବେ ଲୋକଙ୍କ ସେବା କରିବା ପାଇ ଆଗ୍ରହୀ ବୋଲି କହିଥିଲେ। ଆଜି ସେ ବିଧାୟକ ଅଛନ୍ତି କାଲି କଣ ହେବ କହି ପାରିବି ନାହିଁ ବୋଲି ଭାବବିହ୍ବଳ ହୋଇ କହିବା ସହ ସର୍ବଦା ଲୋକଙ୍କ ସେବାରେ ଜୀବନ ଅତିବାହିତ କରିବାର ପ୍ରତିଶୃତି ଦେଇଥିଲେ। ଅନ୍ୟତମ ଅତିଥି ଭାବେ ହାଇଟେକ ମେଡିକାଲ କଲେଜର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ ଗରିବ ପରିବାର ହେତୁ ସପ୍ତମ ଶ୍ରେଣୀରୁ ପାଠ ପଢା ଛାଡି ପରର ପ୍ରତିପୋଷଣ ପାଇ ଏକ ହୋଟଲ ଖୋଲି ନିଜେ ରୋଷେଇ କରିବା ଗ୍ରାହକମାନଙ୍କୁ ପରସିବା ଏବଂ ପ୍ଲେଟ ଧୋଇବା କାମ କରି ଆତ୍ମତୃପ୍ତି ପାଇ ସମାଜ ପାଇ କିଛି କରିବାର ସ୍ବପ୍ନ ଆଜି ତାଙ୍କ ଦ୍ବାରା ପ୍ରତିଷ୍ଠିତ ହାଇଟେକ ମେଡିକାଲ କଲେଜ ଭୁବନେଶ୍ଵର, ରାଉରକେଲା ଓ ଆନ୍ଧ୍ର ପ୍ରଦେଶର ତିରୁପତି ଠାରେ ଖୋଲି ୧୮୦୦ ନିଯୁକ୍ତି ସୁଯୋଗ ଦେଇ ପାରିଥିବା କହିବା ସହ ସଂଗ୍ରାମ ଜାରୀ ରଖିଲେ ସବୁ କିଛି ସମ୍ଭବ ବୋଲି ଦର୍ଶାଇ ଥିଲେ। ସେବା ପ୍ରତିଷ୍ଠାନର ଟ୍ରଷ୍ଟି ଡ. ପଣ୍ଡା ସଂସ୍ଥାର କାର୍ଯ୍ୟପ୍ରଣାଳୀ କହିବା ସହ ବ୍ରହ୍ମପୁରରୁ ଆରମ୍ଭ ଏହି କାର୍ଯ୍ୟକ୍ରମ ରାଜ୍ୟ ଓ ଦେଶର କୋଣଅନୁକୋଣରେ ଜାରି ରଖିବା ପାଇ ପ୍ରତିଶୃତିବଦ୍ଧ ବୋଲି କହିବା ସହ ଅତିଥିଙ୍କ କରକମଳରେ ଉପସ୍ଥିତ ୨୦୦ କୁଷ୍ଠ ରୋଗୀଙ୍କୁ ଖାଦ୍ଯ ଓ ସେମାନଙ୍କ ବ୍ଯବହାର୍ଯ୍ଯ ଜିନିଷ ପ୍ରଦାନ କରିଥିଲେ। ଶେଷରେ ଭାରତୀୟ ରାଜସ୍ବ ସେବା ଅଧିକାରୀ ଆଶୁତୋଷ ସାହୁ ଧନ୍ୟବାଦ ଅର୍ପଣ କରିବା ସହ ସଭାସଙ୍ଗ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *