ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରବେଶ ଉତ୍ସବ

ଅଦ୍ୟ ତା୦୨.୦୪.୨୦୨୫ ରିଖ ବୁଧବାର ପୂର୍ବାହ୍ନ ୭.୩୦ମିନିଟ୍ ସମୟରେ ଶରଧାବାଲି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି ଉତ୍ସବକୁ ଉଦ୍ଘାଟନ କରିବା ନିମିତ୍ତ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଶ୍ରୀଯୁକ୍ତ ସହଦେବ ସାହୁ(ରାଜସ୍ବ) ଓ ଶ୍ରୀଯୁକ୍ତ ବିଭୁତି ରଞ୍ଜନ ରାଉତ (ଜିଲ୍ଲା ମତ୍ସ୍ୟ ଅଧିକାରୀ) ମହୋଦୟ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ଓ ବିଦ୍ୟାଳୟ’ର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା। ବିଦ୍ୟାଳୟ’ର ପ୍ରଧାନ ଶିକ୍ଷୟିତ୍ରୀ ଚଳିତ ବର୍ଷର ଏଇ ନିଆରା ଢଙ୍ଗରେ ହେଉଥିବା ପ୍ରବେଶ ଉତ୍ସବ ଓ ଖଡିଛୁଆଁ ବିଷୟରେ ସମ୍ୟକ୍ ସୂଚନା ଦେଇଥିଲେ ଓ ସହ ଶିକ୍ଷୟିତ୍ରୀ ଲୋପାମୁଦ୍ରା କର ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟ’ର ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ କ୍ରିଷ୍ଣା କୁମାରୀ ଦେଈ ପିଲାମାନଙ୍କୁ ବିଦ୍ୟାଳୟାଭିମୁଖୀ କରିବାପାଇଁ ସରକାରଙ୍କ’ର ଏହି ଅଭିନବ ପ୍ରୟାସ ‘ର ଭୂରି ଭୂରି ପ୍ରଶଂସା କରିଥିଲେ। ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ମହାଶୟ ଦୁଇଜଣ ପିଲାମାନଙ୍କ ଆଗରେ ସେମାନଙ୍କ ପିଲାଦିନ ଓ ପାଠପଢ଼ା ବିଷୟରେ ବଖାଣିଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ’ର ସହ ଶିକ୍ଷୟିତ୍ରୀ ସସ୍ମିତା ମିଶ୍ର,କଳ୍ପନା ଦାସ, ସ୍ମୃତି ପ୍ରତିଭା ଭୋଳ, ପ୍ରତୀକ୍ଷା ନାୟକ ଓ ଶିକ୍ଷକ ରଶ୍ମିକାନ୍ତ ମହାରଣାଙ୍କ ସମେତ ପରିଚାଳନା ସମିତି’ର ସଦସ୍ୟ/ ସଦସ୍ୟା ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ। ଶିକ୍ଷୟିତ୍ରୀ ସସ୍ମିତା ମିଶ୍ର’ଙ୍କ ଦ୍ବାରା ଖଡ଼ି ଛୁଆଁ କାର୍ଯ୍ୟ ସମ୍ପନ୍ନ କରାଯିବା ପରେ ଅନ୍ୟାନ୍ୟ ଶିକ୍ଷଣ କାର୍ଯ୍ୟ ମାନ କରାଯାଇଥିଲା।ଶେଷରେ ପରିଚାଳନା ସମିତିର ଅଧ୍ୟକ୍ଷା ଶ୍ରୀମତୀ ରୋଜାଲିନ’ସାହୁଙ୍କ ଦ୍ୱାରା ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯିବା ପରେ ସେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣକରି ସଭା ସାଙ୍ଗ କରିଥିଲେ।

Leave a Reply

Your email address will not be published. Required fields are marked *