ଯୋଗ ଉତ୍ସବ ଆୟୋଜନ ନେଇ ମହାନ ସଂଘ ପକ୍ଷରୁ ପ୍ରସ୍ତୁତି

ବ୍ରହ୍ମପୁର 3/4ଯୋଗ ହିଁ ଜୀବନ ଓ ଯୋଗାର ପ୍ରସାର ପ୍ରଚାର ନେଇ ସାରା ଭାରତରେ ଶହେ ଦିନ ଶହେ ସହରରେ ଯୋଗ ଉତ୍ସବ କାର୍ଯ୍ୟକ୍ରମ , କେନ୍ଦ୍ର ସରକାର ଆୟୁଷ ମନ୍ତ୍ରାଣଳୟ ତରଫରୁ ମୋରାଜିଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ ପକ୍ଷରୁ ଆୟୋଜନ ଅବସରରେ ଆସନ୍ତା 5 ଏପ୍ରିଲ ଦିନ ଗଞ୍ଜାମ ଜିଲ୍ଲା ଅଗ୍ରଣୀ ଅନୁଷ୍ଠାନ ମହାନ ସଙ୍ଘ ପକ୍ଷରୁ ରାଲବ ସଂକଳ୍ପ ବିଦ୍ୟାଳୟ ରେ ସକାଳ ସାତ ଟାରେ ଯୋଗ ଉତ୍ସବ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ସଙ୍ଘ ହିଲପାଟଣା ସ୍ଥିତ କାର୍ଯ୍ୟଳୟ ରେ ଅନୁଷ୍ଠିତ ହୋଇଯାଇଛି l ଛଅ ସହରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଭିଵାବକ ଙ୍କୁ ନେଇ ଯୋଗ ପ୍ରଶିକ୍ଷଣ ସହ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ସହ ପ୍ରତିଯୋଗିତା ଅନୁଷ୍ଠିତ ହେବ l ସଙ୍ଘ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ବୈଠକ ରେ ସଞ୍ଜୟ ମାଝୀ,ପୁଷ୍ପାଞ୍ଜଳି ମହାପାତ୍ର, ନିବେଦିତା ପାଢ଼ୀ, ଅଲେଖ ଦାଶ, ପ୍ରଭାସିନୀ ପଣ୍ଡା, ଆଦିତ୍ୟ ରଥ,ଶ୍ରୀକାନ୍ତ ଚନ୍ଦ୍ର ସାବତ, ମନୋରଞ୍ଜନ ପାଢ଼ୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

Leave a Reply

Your email address will not be published. Required fields are marked *