ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା ଘର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସିଆରିମାଳିଆ ଗାଁ ନୁଆସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ଜଳିଗଲା ୪ ବଖରା ଘର। ଦୁଇଟି ପରିବାରର ସର୍ବସ୍ବହାନୀ ହୋଇଥିବା ସୂଚନା। ଗାଁର ନିରାକାର ନାଏକ ଏବଂ ଦୁରୁଜ ନାଏକଙ୍କର ୪ ବଖରା ଘର ସମ୍ପୂର୍ଣ୍ଣ ଭସ୍ମିଭୂତ ହୋଇଯାଇଛି। ନିରାକାରଙ୍କ ପରିବାର ଲୋକ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ବେଳେ ଦୁରୁଜଙ୍କ ପରିବାର ଲୋକେ ବାଉଁଶପାଳ ସ୍ଥିତ ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ସୂଚନା ରହିଛି। କେହି ଦୁର୍ବୁତ୍ତ ତାଙ୍କ ଘରେ ନିଆଁ ଲଗେଇ ଦେଇଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ କ୍ଷଣକରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଜଳିପୋଡି ନଷ୍ଟ ହୋଇଯାଇଛି। ଘରର ଆସବାବପାତ୍ର,ଚାଉଳ, ଧାନ, ଟିଭି, ଦରକାରୀ କାଗଜପତ୍ର,ଘରୋଇ ଉପକରଣ ଆଦି ନିଆଁରେ ଜଳି ଧ୍ବଂସ ହୋଇଯାଇଛି । ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ତୁରନ୍ତ ଅଗ୍ନି ବିପନ୍ନଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *