“ମୋ ପରିବାର”ର ସଦସ୍ୟଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ l

ଜଟଣୀ:୫:୪:୨୫ “ମୋ ପରିବାର” ସଦାସର୍ବଦା ନିଆରା ପ୍ରୟାସ ସହ କାର୍ଯ୍ୟ ମଧ୍ୟ କରିଚାଲିଛି l ଶନିବାର ଦିନ ପାତ୍ରପଡା ସ୍ଥିତ ନାଗେଶ୍ୱର ମନ୍ଦିର ପରିସରରେ “ମୋ ପରିବାର”ର ବରିଷ୍ଠ ସଦସ୍ୟ ଅବସର ପୁଲିସ ଏସଆଇ ଦିବଂଗତ ଶରତ କୁମାର ପାଇକରାୟଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଅମର ଆତ୍ମାର ସଦଗତି ପାଇଁ “ମୋ ପରିବାର”ର ପ୍ରତିଷ୍ଠାତା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀ ସଭାପତିତ୍ୱରେ ଏକ ସ୍ମୁତି ସଭା ସହ ଦିବଂଗତଙ୍କ ସ୍ୱଓ ରଚିତ କବିତା ପୁସ୍ତକ ଉନ୍ମୋଚନ କରାଯାଇଥିବାବେଳେ କବିତା ପାଠ ମଧ୍ୟ କରାଯାଇଥିଲା l ପ୍ରଥମେ ପ୍ରଦୀପ ପ୍ରଜ୍ଜୁଳ କରାଯାଇଥିଲା ପ୍ରତିଷ୍ଠାତା ଶ୍ରୀ ଶତପଥୀ,ସୁପୁତ୍ର ସିପୁନ ପାଇକରାୟ,ସୁକନ୍ୟା ସକ୍ଷମା ପାଇକରାୟ କରିଥିଲେ l ଜ୍ୟୋତ୍ସ୍ନା ରାଣୀ ମିଶ୍ର ସଭାକୁ ପରିଚାଳନା କରିଥିଲେ l

ଏହି କାର୍ଯ୍ୟକ୍ରମରେ ବାଘମାରୀ ଥାନା ଅଧିକାରୀ ରଞ୍ଜିତ କୁମାର ନାୟକ,କବି ରମେଶ ଚନ୍ଦ୍ର ସ୍ୱାଇଁ,ପ୍ରସନ୍ନ ମଣ୍ଡଳ,କଳ୍ପନା ରାଉତ କବିତା ପାଠ କରିଥିଲେ l “ମୋ ପରିବାର”ର ଶୁଭ୍ରାଂଶୁ ଶେଖର, ସସ୍ମିତା ମହାପାତ୍ର,ବୁବୁ ସ୍ୱାଇଁ,ରମେଶ ସାହୁ,ମନୋଜ ଜେନା,ଭାରତୀ ସିଂହ,ମମତା ଦ୍ବିବେଦୀ,ସୁଶାନ୍ତ ପଟ୍ଟନାୟକ,ଲିଲି ପଟ୍ଟନାୟକ,ଲକ୍ଷ୍ମୀ ପ୍ରିୟା ମିଶ୍ର,ସ୍ବର୍ଣ୍ଣମୟୀ ଦାସ,କ୍ରିଷ୍ଣା ମିଶ୍ର,ଦୀପକ ଚମ୍ପତ୍ତି,ଭାଗ୍ୟଧର ମହାପାତ୍ର,ରାଣୀ ମହାରଣା,ମନୋଜ ମହାରଣା, ଦୀପା ନାୟକ, କଳ୍ପନା ଦାସ “ମୋ ପରିବାର”ର ସଦସ୍ୟ ଓ ସଦସ୍ୟା ମାନେ ମଞ୍ଚରେ ଉପସ୍ଥିତ ରହି ସ୍ମୁତି ଚାରଣ କରିଥିଲେ l ସ୍ମୁତି ସଭାରେ ଜ୍ୟୋତ୍ସ୍ନାରାଣୀ ମିଶ୍ରଙ୍କ ଉପସ୍ଥାପନା ଶୁଣି ପରିବାର ବର୍ଗ ଏବଂ ଉପସ୍ଥିତ ବ୍ୟକ୍ତି ମାନେ କାନ୍ଦି ବାର ଦେଖିବାକୁ ମିଳିଥିବା କଥା “ମୋ ପରିବାର”ର ପ୍ରତିଷ୍ଠାତା ସାମ୍ୱାଦିକ ଶୁଭେନ୍ଦ୍ର ଶତପଥୀ ସୂଚନା ପ୍ରଦାନ କରିଛନ୍ତି l

Leave a Reply

Your email address will not be published. Required fields are marked *