ଚାନ୍ଦପୁର ଗାଁ ତାରିଣୀ ମନ୍ଦିର ନିକଟସ୍ଥ ଜଙ୍ଗଲରୁ ଅଚିହ୍ନା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଠାବ
କାମାକ୍ଷାନଗର,୧୪/୧୧– ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଫାଣ୍ଡି ଚାନ୍ଦପୁର ଗାଁ ତାରିଣୀ ମନ୍ଦିର ନିକଟସ୍ଥ ଜଙ୍ଗଲରୁ ଅଚିହ୍ନା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି ।ଆଜି ଗାଁର କିଛି ଲୋକ ଜଙ୍ଗଲକୁ ଯାଇଥିବା ବେଳେ ଦେଖିବା ପରେ ସେଠାକୁ ଲୋକମାନେ ଯାଇଥିଲେ ।ବ୍ୟକ୍ତିଙ୍କର ପରିଚୟ ମିଳିପାରି ନାହିଁ ।ମହାବିରୋଡ଼ ଫାଣ୍ଡି ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।
ରିପୋର୍ଟର-ପ୍ରକାଶ କୁମାର ପାତ୍ର।
