ସିରିଡ଼ି ସାଇ ଚେତନା ଟ୍ରଷ୍ଟ ପକ୍ଷରୁ ମହା ସମାରୋହରେ ପାଲିଙ୍କି ଯାତ୍ରା ଅନୁଷ୍ଠିତ
ଶିରିଡି ସାଇବାବା ଙ୍କର ପାଲିଙ୍କି ଯାତ୍ରା ମହାଆଡମ୍ବର ରେ ପାଳିତ ହୋଇଯାଇଛି l ଶୋଭାଯାତ୍ରା ମୁଣ୍ଡମାଳ ସିରିଡି ସାଇ ପ୍ରାଙ୍ଗଣରୁ ବାହାରି ଦଳା ଗ୍ରାମ ରାମ ନବମୀ ମଣ୍ଡପରେ ପହଂଚିଥିଲେ l ଏହି ଶୋଭାଯାତ୍ରାରେ ବହୁ ଶ୍ରଦ୍ଧାଳୁ ଯୋଗଦାନ କରିବା ସହିତ କୋରେଇ ବିଧାୟକ ଶ୍ରୀଯୁକ୍ତ ଆକାଶ ଦାଶ ନାୟକ ପାଲିଙ୍କି ଯାତ୍ରାରେ ଯୋଗଦାନ କରି ବାବାଙ୍କର ଆଶ୍ରିବାଦ କୃପା ଲାଭ କରିଥିଲେ l

ଟ୍ରଷ୍ଟ ର ସମସ୍ତ ସଦସ୍ୟ ମାନେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ସଭାପତି ରଜତ ପ୍ରଧାନ, ସମ୍ପାଦକ ବସନ୍ତ ରାଉତ, ଉପସଭାପତି ଅଯୋଧ୍ୟା ଜେନା, କୋଷାଧକ୍ଷ ଅଜୟ ମୁଦୁଲି ଏବଂ ଟ୍ରଷ୍ଟ ର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ
