ପୁରୀ ମହିଳା ସାମ୍ବାଦିକ ଙ୍କୁ ଆକ୍ରମଣ ଘଟଣା.
ଉଦଳା ତା ୯. ୪. ୨୫ ଶ୍ରୀକ୍ଷେତ୍ର ପୁରୀ ରେ ସେବାୟତ ମାନଙ୍କ ଦ୍ୱାରା ଜଣେ କାର୍ଯ୍ୟରତ ମହିଳା ସାମ୍ବାଦିକ ଙ୍କୁ ଆକ୍ରମଣ ଘାଟଣ ଅତ୍ୟନ୍ତ ନିନ୍ଦନୀୟ. ଏହି ପରିପ୍ରେକ୍ଷୀରେ ମସୟୁରଭଞ୍ଜ ଜିଲ୍ଲା ଉଦଳା ପ୍ରେସ କ୍ଳବ ଏ ପ୍ରକାର ଆଚାରଣ କୁ purna ମାତ୍ରାରେ ବିରୋଧ କରୁଅଛି. ଯେଉଁ ସେବାୟତ ମାନେ ଆକ୍ରମଣ କରିଛନ୍ତି ସେମାନଙ୍କ ବିରୋଧସରେ ଦଣ୍ଡବିଧାନ ଏକାନ୍ତ ଆବଶ୍ୟକ. ଏଥି ଲାଗି ଉଦଳା ପ୍ରେସ୍ରକ୍ଳବ ସରକାର ଙ୍କ ଠାରେ ଦାବି ଉପସ୍ଥାପନ କରୁଅଛି. ଖାଲି ଏତକ ନୁହେଁ ରାଜ୍ୟ ରେ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ଙ୍କ ସୁରକ୍ଷା ସରକାର ଯୋଗାଇଦେବାକୁ ମଧ୍ୟ ଦାବି ରଖୁଅଛି. ଆଜି ପ୍ରେସ କ୍ଳବ ପରିସରରେ ଏକା ଜରୁରୀ ବୈଠକ କଟାଯାଇ ଉପରକ୍ତ ନିଷ୍ପତି ନିଆଯାଇଅଛି. ଉକ୍ତ ବୈଠକ ରେ କ୍ଳବ ର ସଭାପତି ଆନନ୍ଦ ଚନ୍ଦ୍ର ଦାସ, ଉପସଭାପତି ହିମାଦ୍ରୀ ଶେଖର ପାଲ, ସମ୍ପାଦକ ଜଗବନ୍ଧୁ ପ୍ରଧାନ, ସାହସମ୍ପାଦକ କରୁଣାକର ଦାସ, କୋଷାଧକ୍ଷ ସୁରେଶ୍ୱରୀ ଜେନା, ସଂଗଠନ ସମ୍ପାଦକ ସାଲାଇ ମାରାଣ୍ଡି, ସୁବ୍ରତ ମହାନ୍ତି, ଚନ୍ଦ୍ରଶେଖର ପରିଡା, ଯୋଗେନ୍ଦ୍ର ମହାପାତ୍ର ଆଦି ଉପସ୍ଥିତ ଥିଲେ.
