ସରସ୍ୱତୀ ଶିଶୁ ମନ୍ଦିର ର୍ 31ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ମଙ୍ଗୁଲି ପଂଚାୟତ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ର୍ 31ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟ ର୍ ସମ୍ପାଦକ ଗୟାଧର ମହାନ୍ତି ଙ୍କ ସଭାପତିତ୍ୱ ରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭା ସାଂସଦ ସୁଲତା ଦେଓ, ତିର୍ତ୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ, ଜିଲ୍ଲା ପରିଷଦ ସଭ୍ୟ। ଦୀପ୍ତିମୟୀ ରାୟ, ମୁଖ୍ୟ ବକ୍ତା ଗୌତମ ପ୍ରଧାନ ପ୍ରମୁଖ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ତେବେ ଗ୍ରାମାଞ୍ଚଳରେ ଗୁଣାତ୍ମକ ଶିକ୍ଷା ର୍ ବିକାଶ ହେବାର ଆବଶ୍ୟକତା ରହିଛି ବୋଲି ଅତିଥିମାନେ କହିବା ସହିତ ମାଆ ମାନେ ଶିଶୁଙ୍କ ଭବିଷ୍ୟତ ବୋଲି କହିଛନ୍ତି । ପରେ ଅତିଥି ମାନଙ୍କ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
