ଜଗତସିଂହପୁର ଜିଲ୍ଲା ରେ ଆୟୁଷ୍ମାନ କାର୍ଡର ଶୁଭ ଆରମ୍ଭ

ଓଡ଼ିଶାରେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ସ୍ୱାସ୍ଥ୍ୟ କାର୍ଡର ଶୁଭାରମ୍ଭ କଟକ ବାଲିଯାତ୍ରା ଓଡ଼ିଆରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କ ଦ୍ଵାରା କରାଯାଇଛି । ଏହି ଅବସରରେ ଜଗତସିଂହପୁର ଜିଲ୍ଲାରେ ଆୟୁଷ୍ମାନ କାର୍ଡ ବଣ୍ଟନକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।ଜିଲ୍ଲାର ୩୩ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୨ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସେମେତ ମୋଟ ୩୫ ସ୍ଥାନରେ ଏହି କାର୍ଡ ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପାରାଦ୍ୱୀପ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ସମସ୍ତ ବିଧାୟକ, ସାଂସଦଙ୍କ ସମେତ ବିଭିନ୍ନ ଜନପ୍ରତିନିଧି ମାନେ ଯୋଗଦେଇ ହିତାଧିକାରୀମାନଙ୍କୁ କାର୍ଡ଼ ବଣ୍ଟନ କରିଥିଲେ । ଜିଲ୍ଲାରେ ୧୦ ଲକ୍ଷ ୧୫ ହଜାର ହିତାଧିକାରୀ ରହିଥିବା ବେଳେ ଜିଲ୍ଲାକୁ ପ୍ରାଥମିକ ପର୍ଯ୍ୟାୟରେ ୫ଲକ୍ଷ ୧୬ହଜାର କାର୍ଡ ମିଳିଛି । ଏହି ଯୋଜନାର ଆଜି ଶୁଭାରମ୍ଭ ଥିବାରୁ ପ୍ରତି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦ଟି ଲେଖାଏଁ କାର୍ଡ ବଣ୍ଟନ କରାଯାଇଛି । ଏହି କାର୍ଡ ପାଇ ହିତାଧିକାରୀ ଖୁସି ରହିଥିବା କହିଥିବା ବେଳେ ସରକାରଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ସ୍ୱାସ୍ଥ୍ୟ ସେବାକୁ ଆହୁରି ଆଗକୁ ନେବ ବୋଲି ବିଧାୟକ କହିଥିଲେ ।

Leave a Reply

Your email address will not be published. Required fields are marked *