ଓଡ଼ିଆ
ଓଡ଼ିଆ
ଓଡ଼ିଶା ରାଇଜେ
ଜନମ ମୋହର ଓଡିଆ ମୋହରି ଭାଷା
ଓଡିଆ ଭାଷାର ପ୍ରଚାର କରିବା
ଓଡିଆ ମୋ ମାତୃଭାଷା
ଓଡିଆ ମୋହରି ଭାଷା।
ଏହି ଭାଷା ପଢି କେତେ କେତେ କଥା
ଜୀବନ ନାଟକେ ପାଇ
ଜୀବନ ନଉକା ପାର ହୋଇଅଛି
ମୋର ମାତୃଭାଷା ନେଇ
ଜୀବନ ନାଟକେ ପାଇ।
ମାଆ ର ମୁଖରୁ ଶୁଣିବାକୁ ପାଏ
ମୋ ପ୍ରିୟ ଓଡିଆ ଭାଷା
ଭାବର ଆଦାନ କରୁଥାଏ ମୁହିଁ
ପ୍ରିୟ ମୋର ମାତୃଭାଷା
ମୋ ପ୍ରିୟ ଓଡିଆ ଭାଷା।
ଏହି ଭାଷା ପାଇଁ ଅନେକ କବିଯେ
ହୋଇଛନ୍ତି ଯେ ଅମର
ଭୀମଭୋଇ ସାଙ୍ଗେ ରାଧାନାଥ ରାୟ କାଳଜୟୀ ସେ ଆମର
ହୋଇଛନ୍ତି ଯେ ଅମର।
ଦୀନକୃଷ୍ଣ ଙ୍କ ର ରସକଲ୍ଲୋଳ ରେ
କୃଷ୍ଣ ରସ ଅଛି ମଜି
ଅଭିମନ୍ୟୁ ଙ୍କ ର ବିଦଗ୍ଧ ଆତ୍ମା କୁ କୃଷ୍ଣ ଙ୍କ ପ୍ରେମ ରେ ଖଞ୍ଜି।
କୃଷ୍ଣ ରସ ଅଛି ମଜି।
ସାରଳା ଦାସ ଙ୍କ ମହାଭାରତ ଓ ବାଲ୍ମିକୀ ଙ୍କ ରାମାୟଣ
ଗୋପବନ୍ଧୁଙ୍କ ର କାରା କବିତା
ଦେଶପାଇଁ ଦିଏ ପ୍ରାଣ
ବାଲ୍ମିକୀ ଙ୍କ ରାମାୟଣ।
ଜଗନ୍ନାଥ ଦାସ ଓଡିଆ ଭାଷାରେ
ରଚିଲେ ଯେ ଭାଗବତ
ଭଗବତ ପ୍ରାପ୍ତ ହୁଅନ୍ତି ଯେ ଜନ
କରନ୍ତି ନିତ୍ୟ ମୁଖସ୍ଥ।
ରଚିଲେ ଯେ ଭାଗବତ।
ମାଆ ଙ୍କ ଆଜ୍ଞା ରେ ଅତିବଡ଼ି କବି
ରଚିଲେ ଯେ ଭାଗବତ
ହିନ୍ଦୁ ମାନଙ୍କର ଏହି ପୁରାଣ ଯେ
ଅଟଇ ଅମାପ ଅସ୍ତ୍ର
ରଚିଲେ ଯେ ଭାଗବତ।
ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ
