ଅଷ୍ଟ ଦଣ୍ଡ ମିଳନ ମହା ଆଡମ୍ବର ସହିତ ପାଳିତ।

ରାଇକିଆ, କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଦୁର୍ଗା ମଣ୍ଡପ ଠାରେ ରାଇକିଆ ପଞ୍ଚୁଦଣ୍ଡ କମିଟି ଆନୁକୂଲ୍ୟରେ ଅଷ୍ଟ ଦଣ୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି।ନିମନ୍ତ୍ରିତ ଆଠ ଗୋଟି ଦଣ୍ଡ ନୃତ୍ୟ ଦଳ ଭାଗ ନେଇଥିବା ବେଳେ ନିର୍ଦ୍ଧାରିତ ସମୟ ରେ ଉପସ୍ଥିତ ରହିଥିଲେ।ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ପ୍ରତ୍ୟେକ ଦଣ୍ଡ ଙ୍କୁ ବାଟ ବରଣ କରାଯାଇ ଥିଲା ତତ୍ ପରେ ଲଟେରୀ ମାଧ୍ୟମ ରେ ଜାଗା ନିର୍ଦ୍ଧାରଣ କରାଯାଇ ମଧ୍ୟାହ୍ନ ରେ ଧୂଳି ଦଣ୍ଡ ଅପରାହ୍ନ ରେ ପାଣିଦଣ୍ଡ ଓ ସନ୍ଧ୍ୟା ସମୟ ରେ ଦୁର୍ଗା ମଣ୍ଡପ ଠାରେ ଅଷ୍ଟ ଦଣ୍ଡ , ପାଟ ଢୋଲ,ପାଟ ଭୁକ୍ତା, ବିଣାକାର ଓ ଅଧିକାରୀ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା।ହଜାର ହଜାର ଭକ୍ତ ମାଆ ଙ୍କ ଦର୍ଶନ କରିବା ସହିତ ମିଳନ କାର୍ଯ୍ୟକ୍ରମ ଦେଖିବା ସକାଶେ ଭିଡ଼ ଜମାଇଥିଲେ।ଜନ ସମାଗମ କୁ ଦୃଷ୍ଟି ଆଗରେ ରଖି ପୋଲିସ ସଜାଗ ରହିଥିବା ଦେଖିବାକୁ ମିଳିଥିଲା।ଆଜିର କାର୍ଯ୍ୟକ୍ରମ ରେ ସଭାପତି ସନ୍ତୋଷ ଲେଙ୍କା ,ଉପସଭାପତି ବିଭୁଦତ ବେହେରା, ସମ୍ପାଦକ ମନମୋହନ ପଟ୍ଟନାୟକ,କୋଷାଧ୍ୟକ୍ଷ ସୁରେନ୍ଦ୍ର ପଣ୍ଡା,ଉପଦେଷ୍ଟା ଦୁର୍ଯ୍ୟୋଧନ ଲେଙ୍କା,ସତ୍ୟବାନ୍ ପାତ୍ର,ଅଭିମନ୍ୟୁ ନାୟକ,ନାରାୟଣ ପାତ୍ର,ମଣ୍ଡଳ ସଭାପତି ସନ୍ତୋଷ ପାତ୍ର ,ଶ୍ରୀନିବାସ ଆଚାରି ଙ୍କ ସହିତ ପଞ୍ଚୁଦଣ୍ଡ କମିଟି ର ସମସ୍ତ ସଦସ୍ୟ ସହଯୋଗ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ ର ଧାରା ବିବରଣୀ ଭଗବାନ ପାତ୍ର ଓ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *