କୋରେଇରେ ହିତାଧିକାରୀଙ୍କୁ ମିଳିଲା ଆୟୁଷ୍ମାନ ଆରୋଗ୍ୟ କାର୍ଡ

ବ୍ୟାସନଗର ସ୍ଥିତ ସଂସ୍କୃତି ଭବନ ପରିସରରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରରେ ପ୍ରତେକ୍ ହିତାଧିକାରୀଙ୍କୁ ମିଳିଲା ସ୍ବାସ୍ଥ୍ୟ କାର୍ଡ l ୨୬ଟି ୱାର୍ଡରେ ୬୬୩ଜଣ ହିତାଧିକାରୀଙ୍କୁ ଏହି କାର୍ଡରେ ଅନ୍ତର୍ଭୁକ୍ତ କରାଯାଇଛି l ସାରା ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଶୁଭାରମ୍ଭ କରିଥିବା ବେଳେ ଏହି ପରିପେକ୍ଷୀରେ କୋରାଇ ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହି କାର୍ଡ ଗୁଡ଼ିକୁ ମାନ୍ୟବର କୋରାଇ ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସ ନାୟକ ବଣ୍ଟନ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ , ବିଡ଼ିଓ ଅବନୀ କାନ୍ତ ସାହୁ, ବରିଷ୍ଠ ଡାକ୍ତର ସନ୍ତୋଷ ନନ୍ଦଙ୍କ ସମେତ ଯାଜପୁର ରୋଡ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଯୋଗଦେଇ ଥିଲେ l ତେବେ ଏହି ଯୋଜନା ସାରା ରାଜ୍ୟରେ ସାଧାରଣ ଲୋକଙ୍କ ଚିକିତ୍ସା କ୍ଷେତ୍ରରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଛିଡ଼ା ହୋଇ ରହିବ ବୋଲି ବିଧାୟକ କହିଥିଲେ l ଏହି ଅବସରରେ ସହରରେ ସମଗ୍ର କୋରାଇ ବ୍ଲକ୍ ରେ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଥିଲା l

ଯାଜପୁର କୋରେଇ ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *