ବିରାଟ ଶୋଭାଯାତ୍ରାରେ ବିସର୍ଜନ ହେଲେ ରାମ ଲାଲା
ଯାଜପୁର ଜିଲ୍ଲାର କୋରାଇ ବ୍ଲକରେ ରାମ ନବମୀ ଠାରୁ ରାମ ଲାଲାଙ୍କ ମ୍ରିୟମାଣ ମୂର୍ତ୍ତି ପୂଜା ପାଇ ଆସୁଥିଲେ l ହିନ୍ଦୁ ଧର୍ମର ରୀତି ନୀତିରେ ପ୍ରଭୁ ଶ୍ରୀ ରାମଙ୍କୁ ପୂଜା ଅର୍ଚ୍ଚନା କରାଯାଇଥିଲା l ଆଜି ରାତ୍ରି ରେ ଏକ ଭବ୍ୟ ଶୋଭାଯାତ୍ରା କୋରାଇ ମିନା ବଜାର ପଡିଆ ରୁ ବହାରି କୋରାଇ ଥାନା ଛକ ପର୍ୟ୍ୟନ୍ତ ପରିକ୍ରମା କରିଥିଲା l ଜୟ ଶ୍ରୀରାମ ଧ୍ବନିରେ ପୁରି ଉଠୁଥିଲା ପଞ୍ଚାୟତ l ଭଗୁଆ ରଙ୍ଗର ପତାକାରେ ଶ୍ରୀ ରାମ ଓ ହନୁମାନଙ୍କ ପ୍ରତିଛବି ଫର ଫର ହୋଇ ଉଡୁଥିଲା l ବାଦ୍ୟ ଯନ୍ତ୍ର ନୃତ୍ୟର ତାଳେ ତାଳେ ମଜି ଥିଲେ ରାମ ଭକ୍ତ l ଚତୁର୍ଦ୍ଦିଗରେ ପ୍ରଭୁଙ୍କ ଗୁଣଗାନରେ ଭକ୍ତିଭାବର ପରିବେଶସୃଷ୍ଟି ହୋଇଥିଲା l ଓଡ଼ିଶାର କଟପା କୁ ଦେଖିବା ପାଇଁ ବହୁତ ଭିଡ ଜମିଥିଲା l ପୂର୍ବରୁ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ କୋରାଇର ଗଳି କନ୍ଦୀରେ କଡ଼ା ସୁରକ୍ଷା ରହି ଥିଲା l
ଯାଜପୁର କୋରେଇ ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ
