ପଥିକଙ୍କ ତୃଷ୍ଣା ମେଣ୍ଟାଇଲେ କୁନି କୁନି ଛାତ୍ର ଛାତ୍ରୀ
ଆଜି ବ୍ୟାସନଗର ପୌର ପରିଷଦ ଅନ୍ତର୍ଗତ କହ୍ନେଇ ପୁର ମା ହିଙ୍ଗୁଳା ମନ୍ଦିର ପ୍ରାଙ୍ଗଣରେ ସେଣ୍ଟ ମେରୀ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀଙ୍କ ଦ୍ୱାରା ଜଲଛତ୍ର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କୁନି କୁନି ପିଲା ମାନେ ନିଜ ହାତରେ ଦହି ସର୍ବତ, ବେଲପଣା ପ୍ରସ୍ତୁତ କରି ପଥଚାରୀଙ୍କୁ ବଣ୍ଟନ କରିଥିଲେ l ଗ୍ରୀଷ୍ମର ପ୍ରଚଣ୍ଡ ରୁଦ୍ରତାପରେ ପଥିକମାନେ ଜଳ ପାନ କରି ନିଜର ତୃଷ୍ଣା ମେଣ୍ଟାଇ ଥିଲେ l ପିଲାମାନଙ୍କ ଏହି କର୍ଯ୍ୟକୁ ଭୂରି ପ୍ରଶଂସା କରିଥିଲେ l ଶିକ୍ଷା ସହିତ ସମାଜ ସେବାର ଏହି ଅବିଚ୍ଛେଦ୍ୟ ଅଙ୍ଗ ଯାହା ପିଲାଙ୍କ ବ୍ୟବହାରିକ ଜ୍ଞାନକୁ ରୁଧିମନ୍ତ କରିବ ବୋଲି ଅଭିଭାବକ ଓ ଶିକ୍ଷକ ମାନେ ଆଶାବ୍ୟକ୍ତ କରିଥିଲେ l
