ବୋଧିଚକ୍ରର ଚୈତ୍ର ଆସର, ଶାନ୍ତି ହିଁ ମୁକ୍ତିର ମାର୍ଗ
ବୋଧିଚକ୍ର ଆନୁକୂଲ୍ୟରେ ସଭାପତି ଇଂଜିନଅର ଗିରିଜାଶଙ୍କର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଚୈତ୍ର ପୂର୍ଣ୍ଣିମା ଅବସରରେ ମାସିକ ଆଲୋଚନା ବୌଦ୍ଧ ଦର୍ଶନରେ ଶାନ୍ତି ଓ ନିର୍ବାଣ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଅଅଛି l ସଭାପତି କହିଲେ, ତୃଷ୍ଣା ରହିତ ଶୀଳ ଯୁକ୍ତ ଆଚରଣ ଗୃହୀ ଜୀବନରେ ଶାନ୍ତି ଓ ଆନନ୍ଦ ପ୍ରଦାନ କରିଥଏ lପ୍ରାରମ୍ଭରେ ବୁଦ୍ଧଙ୍କ ପ୍ରତିମୂର୍ତ୍ତିରେ ଦ୍ବୀପ ଧୂପ ସହ ଉମେଶ ଚନ୍ଦ୍ର ଦାଶ ବୁଧ ବନ୍ଦନା ଗାନ କରିଥିଲେ l ଉପସଭାପତି ଅଧ୍ୟାପକ ଡ଼ଃ ବଳରାମ ଦାଶ ବୌଦ୍ଧଦର୍ଶନରେ ଶାନ୍ତି ଓ ସମର୍ପଣ ହିଁ ମୁକ୍ତି ତଥା ନିର୍ବାଣର ମାର୍ଗ ବୋଲି ଆଲୋକପାତ କରିଥିଲେ l ପୂର୍ଣ୍ଣ ଚନ୍ଦ୍ର ସାହୁ ଧମ୍ମପଦ ଅନ୍ତର୍ଗତ ଜରlବର୍ଗ ପାଠ କରି ସଂସ୍କାରିତ ଜୀବନ ଚର୍ଯାହିଁ ମୋକ୍ଷ ପ୍ରାପ୍ତିର ମାର୍ଗବୋଲି ଅଭିହିତ କରିଥିଲେ l ଏହି ଆଲୋଚନା ଚକ୍ରରେ ବିଶ୍ୱନାଥ ମିଶ୍ର, ଶିକ୍ଷାବିତ ଅଭିମନ୍ୟୁ ରlୟଗୁରୁ, ଅଧ୍ୟାପକ ଦୟାନିଧି ପଣ୍ଡା,ଏମ୍ କୋଟେଶ୍ୱର ପାତ୍ର, ହର ପ୍ରସାଦ ମହାପାତ୍ର, କେଳୁ ଚରଣ ପାଇକରlୟ, ଐଶ୍ୱର୍ଯ୍ୟl କର, ଅନ୍ନପୂର୍ଣ୍ଣା କର,ପଦ୍ମିନୀ କୁମାରୀ ଅଂଶ ଗ୍ରହଣ କରି ବୌଦ୍ଧ ଦର୍ଶନର ବ୍ୟାଖ୍ୟା ସହ ଗୌତମଙ୍କର ତ୍ୟାଗ ପୁତ ସେବା ରହିତ ଜୀବନ ଶୈଳୀହିଁ ମୁକ୍ତି ବୋଲି ମତପ୍ରଦାନ କରିଥିଲେ l ବାସୁଦେବସାହୁ ଧନ୍ୟବାଦ ପ୍ରଦାନ କରିଥିଲେ l
