ଫୁଲବାଣୀ ବ୍ଲକ ବି ଜେ ପି କର୍ମୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହିତ ଆଲୋଚନା ।

ଫୁଲବାଣୀ,୧୨/୦୪/୨୦୨୫ କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ ର ମଣ୍ଡଳ ସଭାପତି, ଗୋଲକ ବିହାରୀ କହଁର ଫୁଲବାଣୀ ବ୍ଲକ ସାଧାରଣ ସମ୍ପାଦକ ବ୍ଲକ ପ୍ରତିନିଧି ଲଳିତ ଦିଗାଲ ଓ ବ୍ଲକର କିଛି ବରିଷ୍ଠ ବିଜେପି କର୍ମୀ ମିଶି ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଭେଟି ଫୁଲବାଣୀ ବ୍ଲକ ଅନ୍ତର୍ଗତ ୧୧ ଗୋଟି ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମ ଗୁଡିକରେ ଥ‌ିବା ବିଭିନ୍ନ ସମସ୍ୟା ଗୁଡିକ କିଭଳି ତୁରନ୍ତ ସମାଧାନ ହୋଇପାରିବ ଏବଂ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ଗରିବ ଲୋକଙ୍କ ନିକଟରେ ନିରପେକ୍ଷ ଭାବେ ପହଂଚିବ ସେ ନେଇ ଗୋଷ୍ଠୀ ଉନୟନ ଅଧିକାରୀ ସୋମ୍ୟ ରଞ୍ଜନ ପାତ୍ରଙ୍କ ସହ ଆଲୋଚନା କରିଥିଲେ । ବିଡ଼ିଓ ଶ୍ରୀ ପାତ୍ର ସରକାର ଙ୍କର ସମସ୍ତ ଯୋଜନାକୁ ପ୍ରକୃତ ହିତାଧିକରି ଙ୍କ ନିକଟରେ ପହଞ୍ଚାଇବାକୁ ପ୍ରଶାସନ ସବୁବେଳେ ପ୍ରସ୍ତୁତ ହୋଇ ରହିଛି ବୋଲି ପ୍ରକାଶ କରିଥିଲେ । ଶ୍ରୀ କହଁର ଶ୍ରୀ ଦିଗାଲ ବିଡ଼ିଓ ସହିତ ଆଲୋଚନା ବେଳେ ପୂର୍ବତନ ମଣ୍ଡଳ ସଭାପତି ଆଦିତ୍ୟ କହଁର,ମିଣିଆ ସରପଞ୍ଚ ଗୌତମ ମଲ୍ଲିକ,ଜୟନ୍ତ କହଁର, , ଭାଗିରାମ ଦିଗାଲ, ସୁବ୍ରତ କହଁର, ରୁନା ସାହାଣୀ, ଲୋଚନ ମଲ୍ଲିକଙ୍କ ସମେତ ବହୁ ବିଜେପି କର୍ମି ଉପସ୍ଥିତ ଥିଲେ। ଶ୍ରୀ ଲଳିତ ଦିଗାଲ ଓ ଶ୍ରୀ ଗୋଲକ୍ ବିହାରୀ ସଦାସର୍ବଦା ପ୍ରଶାସନ ସହିତ ଯୋଗସୂତ୍ର ରଖି ବ୍ଲକ ର ସମସ୍ୟା ଗୁଡ଼ିକ ଲିଖିତ ଭାବରେ ଜାଣନ୍ତି ତାହା ହେଲେ ପ୍ରଶାସନ ଚଳ ଚଞ୍ଚଳ ହେବା ସହିତ ଗ୍ରାମାଞ୍ଚଳର ଉନ୍ନତି ହେବା ସହିତ ବହୁ ପରିମାଣରେ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଆଲୋଚନା ହେଉଛି । ଶ୍ରୀ ଲଳିତ ଦିଗାଲ ବ୍ଲକ କୁ ସମସ୍ତ କ୍ଷେତ୍ରରେ ଆଗକୁ ନେବା ପାଇଁ ସ୍ଥାନୀୟ ବିଧାୟକ ଓ ସାଂସଦ ଜଣାଇ ବ୍ଲକ ର ଉନ୍ନତି କରିବୁ ବଲି ଗଣ ମାଧ୍ୟମକୁ କହିଥିଲେ ।

Leave a Reply

Your email address will not be published. Required fields are marked *