ଉତ୍କଳ ଆଲୁମିନା ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ପଞ୍ଚାୟତ ସଦର ଠାରେ ଆଜି ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଉତ୍କଳ ଆଲୁମିନା ସିଏସଆରଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଟିକିରି ଉଚ୍ଚମାଧ୍ୟମିକ ବିଦ୍ୟାଳୟ,ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବଣିକ ସଙ୍ଘ, ସମାଜ ସେବୀ,, ପୁଲିସ ଥାନା, ଏବଂଫରେଷ୍ଟରେଞ୍ଜକର୍ମଚାରୀ, ଗଣ ମାଧ୍ୟମର ପ୍ରତିନିଧିମାନେ ସାମିଲଥିଲେ ।ବ୍ଲକ ଅଧ୍ୟକ୍ଷ କଣ୍ଠ ମାଝୀ, ବିଧାୟକ ପ୍ରତିନିଧି ଜିଜୁରୁମାଝି,ଟିକିରି ସରପଞ୍ଚ ଜଗବନ୍ଧୁ ମାଝୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ

।ଏଥିରେ ଉତ୍କଳ ଆଲୁମିନା ସିଏସଆରହେଡ଼ ଲୋପା ମୁଦ୍ରା ମିଶ୍ର ସହିତ ଟିମ, ଥାନା ଅଧିକାରୀ ଏବଂ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।ଟିକିରିରାସ୍ତା ଘାଟ,ଦୋକାନ ବଜାର, ଗାଁ ଦାଣ୍ଡ, ପୋଖରୀ ତୁଠ ଏବଂ ବିଭିନ୍ନ ଅନୁଷ୍ଠାନ,ଏବଂମନ୍ଦିର ପରିସରକୁ ପରିସ୍କାର, ପରିଚ୍ଛନ୍ନ ରଖିବା ନେଇ ସ୍ଥାନୀୟପୁଲିସ ଥାନା ନିକଟରୁ ହାଇସ୍କୁଲ ପର୍ଯ୍ୟନ୍ତ ରାଲି କରାଯାଇ ଥିଲା ।ଅଳିଆ ଆବର୍ଜନାକୁ ଏଣେତେଣେ ନ ପକାଇ ଡଷ୍ଟବିନ ବ୍ୟବହାର,ଏବଂପଲିଥିନ ପ୍ରଦୂଷଣ ରୋକିବା ପାଇଁସ୍ଲୋଗାନ ମାନ ଦିଆ ଯାଇଥିଲା।ସ୍ୱେଚ୍ଛାସେବୀଙ୍କୁ ସ୍ୱଚ୍ଛ ଧଳାଟୋପି, ଗ୍ଲୋବ, ମାସ୍କ ଏବଂ ଜଳଖିଆ, ପାଣିବୋତଲ ଯୋଗାଇ ଦିଆ ଯାଇଥିଲା ।ଉତ୍କଳ ଆଲୁମିନା ସିଏସଆରଅଧିକାରୀଙ୍କ ମଧ୍ୟରେ ରୂପେନ ପଟନାୟକ, ସୌମ୍ୟ ସ୍ୱାଇଁ, ଗଜେନ୍ଦ୍ର ନାଏକ ସୁବାସ ନାଏକ, ଆଶିଷ ସାହୁ, ସତ୍ୟଭାମା ନାୟକ, ସହିତ କାର୍ତ୍ତିକ ସାହୁ ହେମଲତା ସାଉନ୍ତା, ସସ୍ମିତା ଖୋସଲା, ମୋହିନୀ ନାଏକ ପ୍ରମୁଖଉପସ୍ଥିତ ଥିଲେ ।ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ସମାଜ ସେବୀ ବିଦ୍ୟାଧର ଦୁରିଆ,ହର ପ୍ରସାଦନାୟକ,କୈଳାସ ନାଏକ ବଣିକ ସଙ୍ଘର କାର୍ଯ୍ୟକର୍ତ୍ତାମୁନା ବେହେରା ପୁଷ୍ପକେତୁ ସାହୁଯୋଗ ଦେଇଥିଲେ ।

କାଶୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥେକ୍ଷେତ୍ର

Leave a Reply

Your email address will not be published. Required fields are marked *