ଓଡ଼ିଆ ପକ୍ଷରେ ଯୁବ ଲେଖକ ସମ୍ମିଳନୀ ସମାରୋହ
lନୀଳାଚଳ ନାରାୟଣ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଆ ଯୁବ ଲେଖକ ସମ୍ମିଳନୀ ଦିବସ ମହାସମାରୋହରେ ପାଳିତ ହୋଇ ଯାଇଅଛି l ଅଧ୍ୟକ୍ଷl ଡ଼ଃ ମୀରାରାଣୀ ଖଣ୍ଡୁଆଳ ଏହାକୁ ଉଦଘାଟନ କରିଥିଲେ l କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ଡ଼ଃ ବଳରାମ ଦାଶ ସଭାପତିତ୍ୱ କରିଥିଲେ l ପ୍ରାରମ୍ଭରେ ପଣ୍ଡିତ ଦୟାନିଧି ପଣ୍ଡା ଙ୍କ ଦ୍ୱାରା ବେଦପାଠ ସହ ଛାତ୍ରଛାତ୍ରୀ ମାନେ ଓଡିଶୀ ସଂଗୀତ ଗାନ କରିଥିଲେ l ସଭାପତି ଡ଼ଃ ବଳରାମ ଦାଶ ଯୁବ ଲେଖକମାନେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ଅଗ୍ର ଦୂତ ବୋଲି ମତବ୍ୟକ୍ତ କରିଥିଲେ l ଭାରତ ବିକାଶ ପରିଷଦ,ଓଡିଶାର ପ୍ରାନ୍ତୀୟ ସଭାପତି ସମାଜ ସେବୀ ସତ୍ୟବାଦୀଦାଶ ଯୋଗଦେଇ ଯୁବ ଲେଖକମାନେ ସମାଜ ସେବା ସହ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ଓଡିଶାକୁ ଶିକ୍ଷା କ୍ଷେତ୍ରରେ ସମୃଦ୍ଧ କରିବାକୁ ପରାମର୍ଶ ଦେଇଥିଲେ l ବିଶିଷ୍ଟ ଅତିଥି ରୂପେ ସମାଜସେବୀ ପ୍ରାଧ୍ୟାପକ ସୁକାନ୍ତ କୁମାର ମହାନ୍ତି ଆଦର୍ଶ ଓଡିଶା ଗଠନ ପାଇଁ ଯୁବକ ମାନେ ସଶକ୍ତ, ସଂସ୍କାରି,ଓ ଚରିତ୍ରବାନ ହୋଇ ସାହିତ୍ୟ ରେ ଲେଖନୀ ଚାଳନା କରି ସମର୍ପଣ ମାଧ୍ୟମରେ ସେବା କରିପାରିବେ ବୋଲି ମତ ପ୍ରଦାନ କରିଥିଲେ l ଯୁବକ ଯୁବତୀ ମାନେ କବିତା ପ୍ରବନ୍ଧ ଇତ୍ୟାଦି ପାଠ କରିଥିଲେ l ଅଧ୍ୟାପକ ଡ଼ଃ ଶ୍ରୀନିବାସ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l
