ଓଡ଼ିଆ ପକ୍ଷ ଅବସରରେ ପାରମ୍ପରିକ ଖାଦ୍ୟ ଦିବସ ପାଳନ

ପୁରୀ ୧୩/୪ ଓଡ଼ିଆ ପାରମ୍ପରିକ ଖାଦ୍ୟ କେବଳ ରୁଚି ପୂର୍ଣ୍ଣ ନୁହେଁ ସ୍ବାଦିଷ୍ଟ ଓ ପୌଷ୍ଟିକ ମଧ୍ୟ।ଏହା ବର୍ତ୍ତମାନ ସମସ୍ତଙ୍କୁ ଆକର୍ଷିତ କରୁଛି ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଡଃ ଶରତ ଚନ୍ଦ୍ର ମହାପାତ୍ର।ଆଜି ଓଡ଼ିଆ ପକ୍ଷ ପାଳନର ୧୩ ତମ ଦିବସରେ ପୁରୀ ଜିଲ୍ଲା ପ୍ରଶାସନ ସମାଜ କଲ୍ୟାଣ ଓ ସଂସ୍କୃତି କାର୍ଯ୍ୟାଳୟ ପକ୍ଷରୁ ୟୁଥ ହଷ୍ଟେଲ ଠାରେ ପାରମ୍ପାରିକ ଖାଦ୍ୟ ଦିବସ ଆମ ରୁଚି ଆମ ଖାଦ୍ୟ ପାଳିତ ହୋଇଥିଲା।ଏଥିରେ ଅତିରିକ୍ତ ଜିଲ୍ଲାପାଳ ଡଃ ମହାପାତ୍ର ଙ୍କ ସମେତ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ଓଡିଆ ଭାଷା ପ୍ରତିଷ୍ଠାନ ର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର କୈଳାସ ଚନ୍ଦ୍ର ଟୀକାୟତରାୟ, ପ୍ରାକ୍ତନ ସଂସ୍କୃତି ଅଧିକାରୀ ପ୍ରଫୁଲ୍ଲ କୁମାର ସାମନ୍ତରାୟ,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଡେପୁଟି କଲେକ୍ଟର ବିବେକାନନ୍ଦ ସାହୁ, ସହଦେଵ ସାହୁ,ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଭୂତି ରଞ୍ଜନ ରାଉତ।

ସମାଜ କଲ୍ୟାଣ କାର୍ଯ୍ୟାଳୟ ର ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ବ୍ରମ, ଚନ୍ଦ୍ରପ୍ରଭା ଦେଇ,ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ବସନ୍ତ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ପାରମ୍ପରିକ ଓଡ଼ିଆ ଖାଦ୍ୟର ଆଲୋଚନା କରିବା ସହ ପଖାଳ ଖାଇଥିଲେ।ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା, ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *