ଶ୍ରଦ୍ଧା
ଶ୍ରଦ୍ଧା
ଭକ୍ତର ଭାବକୁ ଠାକୁର ଜାଣନ୍ତି
ଭକତ ବତ୍ସଳ ହରି
ଭକତ ର ଶ୍ରଦ୍ଧା ଗ୍ରହଣ କରନ୍ତି
ଭାବକୁ ନିକଟ କରି
ଭକତ ବତ୍ସଳ ହରି।
ନିର୍ମଳ ଚିତ୍ତରେ ଡ଼ାକ ଦେଲା ପରେ
ଭକତ ର ଭଗବାନ୍
ଭକ୍ତିପୂତ ଶ୍ରଦ୍ଧା ଗ୍ରହଣ କରନ୍ତି
ଶ୍ରଦ୍ଧାଞ୍ଜଳୀ ତାହା ଜାଣ
ଭକତ ର ଭଗବାନ୍।
ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ
ଶ୍ରଦ୍ଧା ରୁ ହୁଅଇ ଶ୍ରାଦ୍ଧ
ଭକ୍ତିପୂତ ମନ ହରସ ମନରେ ଗ୍ରହଣ କରନ୍ତି ଶ୍ରାଦ୍ଧ
ଶ୍ରଦ୍ଧା ରୁ ହୁଅଇ ଶ୍ରାଦ୍ଧ।
ଛାତ୍ରଛାତ୍ରୀଙ୍କର ଏକାଗ୍ରତା ଭାବେ ଗୁରୁ ଗୁରୁଜନ ମୁଗ୍ଧ
ଶ୍ରଦ୍ଧା ରେ ପଢାନ୍ତି ଆବଶ୍ୟକ ପାଠ
ଶ୍ରଦ୍ଧାଳୁ ଙ୍କ ଭକ୍ତିଭାବ
ଗୁରୁ ଗୁରୁଜନ ମୁଗ୍ଧ।
ଶ୍ରଦ୍ଧା ଅଟେ ଏପରି ଗୁଣ ଯେ
ଆପେ ଆପେ ଆସିଥାଏ
ଭକ୍ତିଭାବ ସଙ୍ଗେ ଏକାଗ୍ରତା ଥିଲେ
ସମସ୍ତଙ୍କୁ ମିଳିଥାଏ
ଆପେ ଆପେ ଆସିଥାଏ।
ଆତ୍ମିୟ ସତ୍ଜନ ଶ୍ରଦ୍ଧା କରିଥାନ୍ତି ହୋଇ କରି ଅତି ତୃପ୍ତ
ଆଶିଷ ଢାଳନ୍ତି ଜଗତ କଲ୍ୟାଣେ ପାଇ ଭକ୍ତିପୂତ ଭାବେ
ହୋଇ କରି ଅତି ତୃପ୍ତ।
ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା
