ଅଗ୍ନିକାଣ୍ଡ ଘଟି ଜଳିଗଲା ୧୦ ରୁ ଉଦ୍ଧବଖରା ଘର

ଅଗ୍ନିକାଣ୍ଡ ଘଟି ଜଳିଗଲା ୧୦ ରୁ ଉଦ୍ଧବଖରା ଘର। ସର୍ବସ୍ୱାନ୍ତ ହୋଇଗଲେ ୪ଟି ଗରିବ ପରିବାର।କାମାକ୍ଷାନଗର୧୩.୦୪.୨୦୨୫ – ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମର ଭୟଙ୍କର ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡ ଘଟି ଜଳିଗଲା ୧୦ ରୁ ଉର୍ଧ ବଖରା ଘର ସହ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି। ଗାଁର ସଂଜୟ କୁମାର ବିଶ୍ୱାଳ, ବିଜୟ କୁମାର ବିଶ୍ୱାଳ, ଦୁଲ୍ଲଭ ବିଶ୍ୱାଳ ଏବଂ ପ୍ରମୋଦ ବିଶ୍ୱାଳଙ୍କ ଘର ସହ ସମସ୍ତ ଆସବାବପତ୍ର, ଧାନ, ଚାଉଳ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ଦରକାର ଦସ୍ତାବିଜ ଆଦି ନିଆଁରେ ଜଳିପୋଡି ନଷ୍ଟ ହୋଇଯାଇଛି। ସୁଚନା ମୁତାବକ ପରିବାର ଲୋକେ ଖାଇ ପିଇ ଶୋଇବା ପରେ ବିଳମ୍ବିତ ରାତିରେ ଘଟିଛି ଅଗ୍ନିକାଣ୍ଡ। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ସବୁ କିଛି ଜଳିପୋଡି ନଷ୍ଟ ହୋଇସାରିଥିଲା। ତୁରନ୍ତ ଅଗ୍ନିବିପନ୍ନଙ୍କ ପରିବାରକୁ ସରକାରୀ ସହାୟତା ଯୋଗେଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏପଟେ ଘଟଣାସ୍ଥଳରେ ସାରୁଆଳି ସରପଞ୍ଚ ପହଞ୍ଚି ଅଗ୍ନୀବିପନ୍ନଙ୍କୁ ଭେଟିବା ସହ ସରକାରି ସହାୟତ ଯୋଗେଇଦେବାପାଇଁ ପ୍ରତିଶୃତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *