ଖୋର୍ଦ୍ଧା ଜିଲ୍ଲା ଗ୍ରୀଷ୍ମକାଳୀନ କ୍ରିକେଟ ପ୍ରଶିକ୍ଷଣ ଶିବିର ଉଦଯାପିତ
ଖୋର୍ଦ୍ଧା:୧୩/୦୪/୨୫: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଏବଂ କ୍ରିକେଟ ଆସୋସିଏସନ୍ ଅଫ ଦି ଡିଷ୍ଟ୍ରିକ୍ଟ ଖୋର୍ଦ୍ଧା ର ମିଳିତ ଉଦ୍ୟମରେ ଖୋର୍ଦ୍ଧା ବି ଜେ ବି ହାଇସ୍କୁଲ ମିନି ଷ୍ଟାଡିୟମରେ ଦୁଇ ଦିନଧରି ଚାଲିଥିବା ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି।ଓଡ଼ିଶା କ୍ରିକେଟ ଏକାଡେମୀ ବୈଷୟିକ ନିର୍ଦ୍ଦେଶକ ଭି ଭେଙ୍କଟରାମ, ଏମ ଭି ପ୍ରସାଦ, ପ୍ରିତମଜିତ୍ ମହାନ୍ତି, ପ୍ରଭାତ ନାୟକ ଏବଂ ଅଭିଳାଷ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଶିବିର ଟି ଅନୁଷ୍ଠିତ ହୋଇଥିଲା।ଶତାଧିକ କ୍ରିକେଟ ଖେଳାଳି ମାନଙ୍କ ମଧ୍ୟରେ ଯେଉଁମାନେ ଉନ୍ନତ ଖେଳ ପ୍ରଦର୍ଶନ କରିଥିଲେ ସେମାନଙ୍କୁ ଓଡ଼ିଶା କ୍ରିକେଟ୍ ଏକାଡେମୀ ରେ ରହି ପ୍ରଶିକ୍ଷଣ ନେବା ପାଇଁ ଭେଙ୍କଟ ରାମ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ କୁ ପ୍ରସ୍ତାବ ଦେଇଥିଲେ।ଉଦଯାପନୀ ସନ୍ଧ୍ୟାରେ ଏକ ଫ୍ଲଡଲାଇଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା।ଜିଲ୍ଲା କ୍ରିକେଟ ସଂଘ ସଭାପତି ଶ୍ରୀ ରାଜେନ୍ଦ୍ର କୁମାର ସାହୁ, ଓସିଏ କୋଷାଧ୍ୟକ୍ଷ ବିକାଶ ପ୍ରଧାନ,ଜିଲ୍ଲା କ୍ରିକେଟ କୋଚ ସୌମେନ୍ଦ୍ର ମହାନ୍ତି,ଚଣ୍ଡୀ ପ୍ରସାଦ ଆଚାର୍ଯ୍ୟ, କିରଣ ଶତପଥୀ, ବ୍ରିଜେଶ ପ୍ରଧାନ, ସୁଧୀର ସାହୁ, ରୋହିତ ରାୟ, ଅବ୍ୟକ୍ତ ହରିହର ଖାଡଙ୍ଗା, କାଜଲ ବଳିଆର୍ସିଂ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ଶିବିର ଟିକୁ ପରିଚାଳନା କରିଥିଲେ।ସଭାପତି ଶ୍ରୀ ସାହୁ ଓ ସି ଏ ର ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ସଞ୍ଜୟ ବେହେରାଙ୍କୁ ଏହି ଶିବିର ଆୟୋଜନ ପାଇଁ କୃତଜ୍ଞତା ଜଣାଇଛନ୍ତି।
