ଶ୍ରୀଜଗନ୍ନାଥ ସଂସ୍କୃତିରେ ବିଶ୍ଵ ସଂଦେଶ” ଶୀର୍ଷକ ଆନ୍ତର୍ଜାତୀୟ ଆଭାସୀ ଆଲୋଚ଼ନା ଚ଼କ୍ର

ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ତରଫରୁ “ଶ୍ରୀଜଗନ୍ନାଥ ସଂସ୍କୃତିରେ ବିଶ୍ଵ ସଂଦେଶ” ଶୀର୍ଷକ ଆନ୍ତର୍ଜାତୀୟ ଆଭାସୀ ଆଲୋଚ଼ନା ଚ଼କ୍ର । ଶ୍ରୀଜଗନ୍ନାଥ ଭକ୍ତ ସମାଜ, ପୁରୀ। ଓଡ଼ିଶା ତରଫରୁ ଶ୍ରୀଜଗନ୍ନାଥ ସଂସ୍କୃତିରେ ବିଶ୍ଵକୁ ସଂଦେଶ ଶୀର୍ଷକ ଏକ ଆନ୍ତର୍ଜାତୀୟ ଆଭାସୀ ଆଲୋଚନା ଚକ୍ର ଅନୁଷ୍ଠାନର ସଭାପତି ଶ୍ରୀ ଶଙ୍କର୍ଷଣ ମଙ୍ଗରାଜଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପଣ୍ଡିତ ସୌମ୍ୟ ପ୍ରିତମ ପଣ୍ଡା ବୈଦିକ ମଙ୍ଗଳା ଚରଣ ପାଠ କରିଥିଲେ । ସଭାପତି ଶ୍ରୀମଙ୍ଗରାଜ ପ୍ରଥମରୁ ସଭାର ଆଭିମୁଖ୍ୟ ସମ୍ବନ୍ଧରେ ଆଲୋଚନା କରିଥିଲେ। ମୁଖ୍ୟ ଆଲୋଚ଼କ ଭାବେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ଼ା. ଆଶୁତୋଷ ପ୍ରସାଦ ମିଶ୍ର ଯୋଗ ଦେଇ ବିଶ୍ଵ ସଂସ୍କୃତିକୁ ଭାରତୀୟ ସଂସ୍କୃତିର ଅବଦାନ ତଥା ଭାରତୀୟ ସଂସ୍କୃତିରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଭାବକୁ ଆଲୋକପାତ କରିଥିଲେ । ସେ କହିଲେ ମହାପ୍ରଭୁ ହେଉଛନ୍ତି ମାନବ ବାଦର ପ୍ରତୀକ, ସେ ସର୍ବଧର୍ମ ଓ ମତବାଦର ଉର୍ଦ୍ଧ୍ଵରେ । ତାଙ୍କ ରଥଯାତ୍ରା ବିଶ୍ଵମୈତ୍ରୀର ସଂକେତ । ତାଙ୍କରି କୃପାରୁ ବିଶ୍ଵ ପରିଚାଳିତ । ଏହି କ୍ରାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ପୁରୋହିତ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପ୍ରଫେସର ଗୌରପ୍ରିୟା ଦାଶ, ପ୍ରଫେସର ସାବିତ୍ରୀ ଶତପଥୀ, ବିଶିଷ୍ଟ ସମାଜସେବୀ ଡ଼ଃ ନାରାୟଣ ମହାପାତ୍ର,ଡଃ ବଳରାମ ଦାଶ, ସଂପାଦକ ଡ଼ଃ ଶଶିକାନ୍ତ ରଥ, ଡ.ଅଜୟାନନ୍ଦ ସାହୁ, ଶ୍ରୀ ଅତୁଲ ଶର୍ମା, ଇଂ. ବିଜୟ କୁମାର ପଣ୍ଡା, ଶ୍ରୀ ଶୁଭେନ୍ଦୁ ସାମଲ, ଶ୍ରୀ ପଦ୍ମ ଚରଣ ଦାସ, ଶ୍ରୀ ଶମ୍ଭୁନାଥ ସିଂ, ଶ୍ରୀ ନରେଶ କୁମାର, ଡ. ପ୍ରଦୀପଚ଼ନ୍ଦ୍ର ଆଚାର୍ଯ୍ୟ, ଶ୍ରୀ କାର୍ତ୍ତିକ ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । କଣ୍ଠଶିଳ୍ପୀ ଭାରତୀ ଭୂଷଣ ପଟ୍ଟନାୟକ ଜଗନ୍ନାଥ ଭଜନ ଗାନ କରିଥିଲେ। ଇଂ ଗୋପୀନାଥ ମିଶ୍ର ସଭା ପରିଚାଳନା କରିଥିଲେ। ଡ଼ଃ. ମହେଶ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *